ବେଆଇନ ବାଲି ଘାଟରେ ଚଢାଉ,୧୦ଟି ଗାଡି,୨ଟି ଜେସିବି ମେସିନ ଜବତ

0 1

କାମାକ୍ଷାନଗର/ରିତେଶ  ବ୍ରହ୍ମା – କାମାକ୍ଷାନଗର ଥାନା ଶାଶନ ନିକଟରେ ଥିବା ବେଆଇନ ଭାବେ ଚାଲାଣ ହେଉଥିବା ବାଲି ଘାଟରେ ଚଢାଉ।୧୦ଟି ବାଲି ବୋଝେଇ ଗାଡି ସମେତ ୨ଟି ଜେସିବି ମେସିନକୁ ଜବତ କରିଛି ପ୍ରଶାଶନ।ସୂଚନା ମୂତାବକ ଶାଶନ ଠାରେ ଥିବା ରାମିଆଳ ନଦିରୁ ଦିର୍ଘଦିନ ହେବ ବେଆଇନ ଭାବରେ ବାଲି ଚୋରା ଚାଲାଣ ହେଊଥିଲା।ଏନେଇ ପ୍ରଶାଶନର ଏକ ସ୍ବତନ୍ତ୍ର ଟିମ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନେତୃତ୍ବରେ ଚଢାଉ କରିଥିଲେ।ଏହି ଚଢାଉ ସମୟରେ ହାଇଓ୍ବା,ଟିପର,ଟ୍ରାକ୍ଟର ଭଳି ୧୦ଟି ଗାଡି ଓ ଜେସିବି ମେସିନ ଯେଉଁଥିରେ ବାଲି ଲୋଡ କରାଯାଇଥିଲା ତାହାକୁ ଜବତ କରାଯାଇଥିଲା।ବାଲି ମାଫିଆ ମାନେ ବାଲି ଚୋରା ଚାଲାଣ କରିବା ପାଇିଁ ଚାଲଣକୁ ମଧ୍ୟ ନକଲି କରିଥିବା ଉପଜିଲ୍ଲାପାଳ କହିଛନ୍ତି।ସମସ୍ତ ଗାଡିକୁ ଜବତ କରିବା ସହ କାମାକ୍ଷାନଗର ଥାନାରେ ରଖାଯାଇଛି।ଏହି ଚଢାଉରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷି ଅଧିକ୍ଷକ ରଞ୍ଜନ କୁମାର ଦେ,ତହସିଲଦାର ଓମ ପ୍ରକାଶ ମହାନ୍ତି,ଆର.ଆଇ,ଥାନା ଅଧିକାରି ସରତ ମହାଳିକ ସାମିଲ ଥିଲେ।

Leave A Reply

Your email address will not be published.