ନୟାଗଡ଼,୨୭/୨: ନୟାଗଡ଼ ବ୍ଲକ ନୂତନ ପେନସନଭୁକ୍ତ ପ୍ରାଥମିକ ଶିକ୍ଷକସଂଘ ପକ୍ଷରୁ ତିନି ଦଫା ଦାବି ନେଇ ବିଧାୟକ ଡ଼. ଅରୁଣ କୁମାର ସାହୁଙ୍କୁ ତାଙ୍କ ଭୁବନେଶ୍ୱରସ୍ଥିତ ବାସଭବନରେ ଘେରାଉ କରାଯିବା ସହିତ ଦାବିପତ୍ର ପ୍ରଦାନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ପ୍ରାଥମିକ ଶିକ୍ଷାରୁ ଠିକା ନିଯୁକ୍ତି ଉଚ୍ଛେଦ,୬ବର୍ଷର ଠିକା କାର୍ଯ୍ୟକାଳକୁ ୬ଟି ନୋସନାଲ ଇନ୍କ୍ରିମେଣ୍ଟ ଦେଇ ମୂଳ ଚାକିରୀରେ ଗଣନା କରିବା,କେନ୍ଦ୍ରୀୟ ହାରରେ ଦରମା ଏବଂ ପୁରୁଣା ପେନସନକୁ ପୁନଃ ପ୍ରଚଳନ କରିବା ଆଦି ୩ଦଫା ଦାବି ନେଇ ଶିକ୍ଷକମାନେ ସରକାରଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିବା ବେଳେ ସରକାର ପ୍ରତିଶ୍ରୁତି ଦେଇ କୌଣସି ଗୋଟିଏ ବି ଦାବି ପୂରଣ କରୁ ନାହାନ୍ତି। ଅନ୍ୟପକ୍ଷରେ ଗତ ଡିସେମ୍ବର ମାସରେ ରାଜ୍ୟ ସରକାର ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରି ଶିକ୍ଷକ ମାନଙ୍କ ସମସ୍ୟା ୨ମାସ ମଧ୍ୟରେ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଇତି ମଧ୍ୟରେ ୩ମାସ ଅତିକ୍ରାନ୍ତ ହୋଇଯାଇଥିବା ବେଳେ ସରକାର ନିଦାବିଷ୍ଣୁ ସାଜି ଚୁପ ବସି ରହିଛନ୍ତି।ଏହାର ପ୍ରତିବାଦରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକସଂଘର ଆହ୍ୱାନ କ୍ରମେ ରାଜ୍ୟର ସମସ୍ତ ବିଧାୟକ ଓ ମନ୍ତ୍ରୀଙ୍କ ବାସଭବନରେ ନିଜ ନିଜ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିକ୍ଷକ ମାନେ ଘେରାଉ କରିବା ସହ ଦାବିପତ୍ର ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମ ରେ ନୟାଗଡ଼ ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଉପସଭାପତି ସଂଗ୍ରାମ ସାହୁ, ସମ୍ପାଦକ ସୁରେଶ ଚନ୍ଦ୍ର ସେଠି, ଲକ୍ଷ୍ମୀଧର ସାହୁ,ରବିନାରାୟଣ ଘଡେଇ,ଶରତ କୁମାର ସାମନ୍ତରାୟ, ଶରତ ପାଳ, ପ୍ରକାଶ ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
Sign in
Sign in
Recover your password.
A password will be e-mailed to you.