କାମାକ୍ଷାନଗର /ରିତେଶ ବ୍ରହ୍ମା- କାମାକ୍ଷାନଗର ମହାବିଦ୍ୟାଳୟର ୪୬ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ମଙ୍ଗୁଳୁ ଚରଣ ନାୟକ ଙ୍କ ଅଧ୍ୟକ୍ଷତାରେ ରେ ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଖଣି, ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ସାଂସଦ ମହେଶ ସାହୁ ଏବଂ ସନ୍ମାନିତ ଅତିଥି ଭାବେ ନଗରପାଳ ଧର୍ମାନନ୍ଦ ପରିଡା, ବ୍ଲକ୍ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ ଏବଂ ମହାବିଦ୍ୟାଳୟର ସଭାପତି କାମାକ୍ଷାନଗର ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁ ଯୋଗ ଦେଇଥିଲେ।
ମହାବିଦ୍ୟାଳୟ ର ଇଂରାଜୀ ଅଧ୍ୟାପକ ଶ୍ରୀଯୁକ୍ତ ଜ୍ଞାନ ରଞ୍ଜନ ମିଶ୍ର ଇଂରାଜୀ ଭାଷାରେ ଅତିଥି ପରିଚୟ ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ନିଜ ଅଭିଭାଷଣ ରେ କାମାକ୍ଷାନଗର ମହାବିଦ୍ୟାଳୟ କୁ ଗଢି ତୋଳିବା ରେ ଯେଉଁ ମାନଙ୍କର ଅବଦାନ ର ଅନନ୍ୟ ଭୂମିକା ରହିଥିଲା ସେମାନଙ୍କୁ ମନପକାଈଥିଲେ ଏବଂ ମହା ବିଦ୍ୟାଳୟର ପାରଦର୍ଶିତାକୁ ପ୍ରଶଂଶା କରିବା ସହ ଏହାର କିପରି ଉର୍ନତି ହୋଇପାରିବ ସେଦିଗରେ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ କହିଥିଲେ । ମହାବିଦ୍ୟାଳୟ ତରଫରୁ କନଭେନର ପ୍ରିୟବ୍ରତ ପଣ୍ଡା ଙ୍କ ନେତୃତ୍ବରେ ଛାତ୍ର ଛାତ୍ରୀ ମାନେ ଅତିଥି ମାନଙ୍କୁ ଭବ୍ୟ ସ୍ବାଗତ କରିଥିଲେ। ମହାବିଦ୍ୟାଳୟ ର ଉପଦେଷ୍ଟା ଶ୍ରୀଯୁକ୍ତ ଶ୍ରୀକାନ୍ତ ପ୍ରଧାନ ବାର୍ଷିକ ବିବରଣୀ ପାଠ କରିବା ସହ ଅଧ୍ୟାପିକା ଶ୍ରୀମତୀ ସୁଭାଷିନୀ ସାଠୁଆ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ ଏବଂ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ନାୟକ ମଞ୍ଚ ପରିଚାଳନା କରିଥିଲେ।ମହାବିଦ୍ୟାଳୟର ଅଧ୍ୟାପକ ଶ୍ରିବତ୍ସ କୁମାର ସାହୁ,ରଶ୍ମି ରଞ୍ଜନ ସେନାପତି,ପ୍ରମୋଦ ସ୍ବାଇିଁ,ଶ୍ରିଧର କୁମାର ଜଲ୍ଲି,ଦିଲ୍ଲିପ କୁମାର ସାହୁ,ଶରତ କୁମାର ସାହୁ,ଅଧ୍ୟାପିକ ଲିପସା ପ୍ରଧାନ ପ୍ରମୂଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶେଷରେ ଅତିଥି କୃତି ଏନ୍.ସି.ସି କ୍ୟାଡେଟ ମାନଙ୍କୁ ପୁରସ୍କୃତ କରିବା ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Sign in
Sign in
Recover your password.
A password will be e-mailed to you.