ଛାତ୍ର ଛାତ୍ରୀ ମାନଙ୍କ ବିକାଶ ପାଇଁ ଯାହା ସହଯୋଗ ଆବଶ୍ୟକ ଯୋଗାଇଦେବି -ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା l

0

https://youtu.be/uXvV_9zsE18

 ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

(ନିଶ୍ଚିନ୍ତକୋଇଲି – ଦେବେନ୍ଦ୍ର ଷଡ଼ଙ୍ଗୀ) : ମାହାଙ୍ଗା ନିର୍ବାଚନ ମଣ୍ଡଳୀ ରେ ଯେ କୌଣସି ବିଦ୍ୟାଳୟ ହେଉ ସମସ୍ତ ବିଦ୍ୟାଳୟ ରେ ଆମମାନଙ୍କ ପିଲା ପଢୁଛନ୍ତି, ସମସ୍ତ ବିଦ୍ୟାଳୟ ର ଭିତ୍ତିଭୂମି ବିକାଶ ସହିତ ଛାତ୍ର ଛାତ୍ରୀ ଙ୍କ ଶୈକ୍ଷିକ ବିକାଶ ପାଇଁ ସମସ୍ତ ଙ୍କ ସହଯୋଗ ନିତ୍ୟାନ୍ତ ଆବଶ୍ୟକ l ଏପରିକି ବ୍ୟକ୍ତିଗତ ଭାବେ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ବିକାଶ ପାଇଁ ଯାହା କିଛି ସହଯୋଗ ଆବଶ୍ୟକ ତାହାକୁ ବିଧାୟକ ଶ୍ରୀ ଜେନା ଯୋଗାଇଦେବେ ବୋଲି ପ୍ରକାଶ କରିଥିଲେ l ରବିବାର ଦିନ ନିଶ୍ଚିନ୍ତକୋଇଲି ବ୍ଲକ କଟିକଟା ସ୍ଥିତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ସମାଜସେବୀ ଶରତ କୁମାର ମହାନ୍ତି ଙ୍କ ସଭାପତିତ୍ୱ ରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦାନ କରି ଶ୍ରୀମା ଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଏବଂ ଯେ କୌଣସି କାର୍ଯ୍ୟ ହେଉ ସମର୍ପଣ ଭାବ ନେଇ ପୂର୍ଣ୍ଣାଙ୍ଗ କଲେ ବିକାଶ ସମ୍ଭବ ବୋଲି ବିଧାୟକ ଶ୍ରୀ ଜେନା ପ୍ରକାଶ କରିଥିଲେ l

ମୁଖ୍ୟବକ୍ତା ଭାବେ ବିଇଓ ଲକ୍ଷେହିରା ଲାବଣ୍ୟବତୀ ବେହେରା, ସାମ୍ନାନିତ ଅତିଥି ଭାବେ ବ୍ଲକ ଅଧକ୍ଷା ରୋଜି ସେଠି, ଉପାଧକ୍ଷ ଅଶୋକ କୁମାର ଓଝା, ପ୍ରାକ୍ତନ ଅଧକ୍ଷ ଗିରିଶ ରଞ୍ଜନ ମହାପାତ୍ର, ବିଜେଡି ସଭାପତି ରମାକାନ୍ତ ମହାନ୍ତି, ଜିଲ୍ଲା ପରିଷଦ ଜସ୍ମିତା ସେଠି, ସରପଞ୍ଚ ଚିତ୍ତରଞ୍ଜନ ମଲିକ, ସମିତି ସଭ୍ୟ ଦିଲ୍ଲୀପ କୁମାର କାଣ୍ଡି, ସମାଜସେବୀ ମନୋରଞ୍ଜନ ଭୂୟାଁ ପ୍ରମୁଖ ଯୋଗଦାନ କରି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ସମ୍ପାଦକ ସନ୍ତୋଷ କୁମାର ସିଂହା ଶିକ୍ଷା କେନ୍ଦ୍ରର ବାର୍ଷିକ ବିବରଣୀ ପାଠ କରିଥିଲେ ଏବଂ ବିଦ୍ୟାଳୟ ର ଅଧକ୍ଷ ଦେବାନନ୍ଦ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଶିକ୍ଷା କେନ୍ଦ୍ରର ସମସ୍ତ ଅପା ଭାଇ, ଛାତ୍ର ଛାତ୍ରୀ ଓ ଅଭିଭାବକ ମାନେ ଯୋଗଦାନ କରି ପୂର୍ଣ୍ଣ ସହଯୋଗ କରିଥିଲେ l ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ନୃତ୍ୟ, ସଂଗୀତ, ନାଟକ ପରିବେଷଣ କରଯାଇଥିଲା l ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ମୁଖ୍ୟଅତିଥି ବିଧାୟକ ଶ୍ରୀ ଜେନା ପୁରସ୍କାର ବିତରଣ କରିଥିଲେ l

Leave A Reply

Your email address will not be published.