ନୟାଗଡ଼(ଲକ୍ଷ୍ମୀଧର ସାହୁ)ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଦଳୀୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ବ୍ଳକ ବିଜେଡି ସଭାପତି ଅଜିତ ପ୍ରସାଦ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ବୈଠକରେ ବିଜୁ ଜନତା ଦଳର ସଂଗଠନକୁ ମଜବୁତ୍ କରାଯିବା ଉପରେ ଆଲୋଚନା ହୋଇଥିଲା। ମାର୍ଚ୍ଚ ୫ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳନ ପାଇଁ ବୈଠକରେ ଆଲୋଚନା କରାଯାଇଛି। ବିଧାୟକ ଡ. ସାହୁ ତାଙ୍କ ବକ୍ତବ୍ୟରେ,ନୟାଗଡ଼ ଉନ୍ନତି ସାଥିରେ କୌଣସି ବୁଝାମଣା କରାଯାଇ ପାରିବ ନାହିଁ । ଯାହା ଇତିହାସ ତାକୁ ମନେ ପକାଇବା, ଆଲୋଚନା କରିବା, ଭବିଷ୍ୟତ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ବୋଲି କହିଥିଲେ। ନିର୍ବାଚିତ ପ୍ରତିନିଧୂ ଓ ପର୍ଯ୍ୟବେକ୍ଷକମାନେ ଦଳ ପକ୍ଷରୁ ଦିଆ ଯାଇଥିବା ୨୧ ସୂତ୍ରୀ କାର୍ଯ୍ୟକ୍ରମକୁ ଦୁଇ ସପ୍ତାହ ମଧ୍ୟରେ ସାରିବା ଆବଶ୍ୟକ ବୋଲି କହିଥିଲେ। ବିରୋଧୀଙ୍କୁ ମୁହଁ ତୋଡ଼ ଜବାବ ଦେବା ପାଇଁ ସମୟ ଉପନୀତ ହୋଇଛି। ଏଥିପାଇଁ ଲୋକଙ୍କ ପାଖରେ ସଠିକ କଥା ଉପସ୍ଥାପନ କରିବା ପାଇଁ କର୍ମୀଙ୍କୁ ଆହ୍ଵାନ ଦେଇଥିଲେ । ଜନପ୍ରତିନିଧି ଆଚରଣ,ଉଚ୍ଚାରଣ ଓ ବ୍ୟବହାର ସଠିକ ପଦର୍ଶନ କରିବା ଆବଶ୍ୟକ ବୋଲି ବିଧାୟକ କହିଥିଲେ। ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ଜୟନ୍ତୀ ପାଳନ କରାଯିବା ଉପରେ ବିଧାୟକ ଆଲୋଚନା କରିଥିଲେ। ୫ ତାରିଖ ଅପରାହ୍ନ ୪ଟାରେ ଦୁର୍ଗାମଣ୍ଡପଠାରେ ଜୟନ୍ତୀ ସଭା ଅନୁଷ୍ଠିତ ହେବାକୁ ନିଷ୍ପତ୍ତି କରାଯାଇଛି। ଜୀବନ ବିନ୍ଦୁ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ଗାଁ ବ୍ଲକ ବିଜେଡି ସଭାପତି ସୂର୍ଯ୍ୟ ନାରାୟଣ ଚୌଧୁରୀ, ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ସାହୁ, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ, ଜିଲ୍ଲା ପରିଷଦ ସଦସ୍ୟ କ୍ଷୀରୋଦ ମହାପାତ୍ର,ସୁବାଷ ଚନ୍ଦ୍ର କହଁର, ଆଶିଷ ଅଗ୍ରୱାଲ, ସରୋଜ ରଣସିଂହ,ଝିଲ୍ଲି ଦଳବେହେରା, ବିରଜା ଲକ୍ଷ୍ମୀ ସାହୁ, ବିଭିନ୍ନ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ ଓ ୫ ଶହ ଦଳୀୟ କର୍ମୀ ଯୋଗ ଦେଇଥିଲେ। ନାଟୁଗାଁ ପଞ୍ଚାୟତ ୧୦ ଜଣ ବିଜେପି କର୍ମୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀତି ଓ ଆଦର୍ଶ ଓ ନୟାଗଡ଼ ବିଧାୟକଙ୍କ ନେତୃତ୍ବକୁ ଗ୍ରହଣ କରି ବିଜୁ ଜନତା ଦଳରେ ସାମିଲ ହୋଇଥିଲେ। ନୟାଗଡ଼ ବିଧାୟକ ଡ. ସାହୁ ଦଳୀୟ ଉତ୍ତରୀୟ ଦେଇ ସେମାନଙ୍କୁ ସ୍ବାଗତ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post