ରେଡ଼କ୍ରସ ପକ୍ଷରୁ ଯୋଗ ପ୍ରଶିକ୍ଷଣ ଶିବିର

0

ନୟାଗଡ଼/ଲକ୍ଷ୍ମୀଧର ସାହୁ : ନୟାଗଡ଼ ରେଡକ୍ରସ ସୋସାଇଟ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ଦିନିକିଆ ଯୋଗ ପ୍ରଶିକ୍ଷଣ ଶିବିର ପୁରୁଣା ସହରସ୍ଥିତ ଦକ୍ଷିଣକାଳି ପଡ଼ିଆ ପଡ଼ିଆଠାରେ ରବିବାର ପ୍ରାତଃ ସମୟରେ ଆୟୋଜିତ ହୋଇଯାଇଛି। ନୟାଗଡ଼ ବିଧାୟକ ଡ଼.ଅରୁଣ କୁମାର ସାହୁ, ଉପଜିଲ୍ଲାପାଳ ଶକ୍ତିକାନ୍ତ ରାୟ ,ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ପ୍ରମୁଖ ଅତିଥି ଭାବେ ଏହି ଯୋଗ ଶିବିରରେ ଯୋଗଦାନ କରିଥିଲେ। ନୟାଗଡ଼ ଏବେ କ୍ରୀଡ଼ାର ହବ ପାଲଟିଛି। କ୍ରୀଡାର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନିଆଯିବା ସହିତ ବିଭିନ୍ନ ଖେଳ ପଡ଼ିଆର ଉନ୍ନତିକରଣ କରାଯାଇଛି। ସେହିପରି ଯୋଗ ପାଇଁ ଆବଶ୍ୟକ ବ୍ୟବସ୍ଥା ଆପଣାଯିବ ବୋଲି ବିଧାୟକ ଡ.ସାହୁ ଏହି ଅବସରରେ ପ୍ରକାଶ କରିଥିଲେ। ଯୋଗ ଶିକ୍ଷକ ବିଭୁତି ଭୂଷଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Leave A Reply

Your email address will not be published.