ପୋଲିସ ଧରିଛି ଜଣଙ୍କୁ, ହେଲେ ଏକାଧିକ ଲୋକ ସମ୍ପୃକ୍ତି ଆଶଙ୍କା 

0
  • ଗୁଲମି ସାତବହିନୀ ନିକଟସ୍ଥ ପୋଲ ତଲୁ ଯୁବକଙ୍କ ଶବ ଉଦ୍ଧାର
  • ପୁର୍ବ ଶତୃତାକୁ କେନ୍ଦ୍ର କରି ହତ୍ୟା, ଅଭିଯୁକ୍ତଙ୍କ ଆତ୍ମସମର୍ପଣ     

ଟିଟିଲାଗଡ/Sunil Behara :  ଆଜି ଟିଟିଲାଗଡ଼ ଠାରୁ ପ୍ରାୟ ୧୧ କି.ମି. ଦୁର ସାତବହିନୀ ଗ୍ରାମ ନିକଟସ୍ଥ ଏକ ବ୍ରିଜ ତଲୁ ଜଣେ ଯୁବକଙ୍କ ଶବ ଉଦ୍ଧାର କରିଛି ଟିଟିଲାଗଡ଼ ପୁଲିସ ।  ସୂଚନାମତେ ଆଜି ପ୍ରାତଃରେ କରଡି ଓ ଛତୁ ସଂଗ୍ରହ କରିବାକୁ ଯାଇଥିବା କିଛି ଗ୍ରାମବାସୀ ସାତବହନୀ ଗ୍ରାମ ନିକଟସ୍ଥ ବ୍ରିଜ ତଲେ ଅର୍ଦ୍ଧ ଭାସମାନ ଅବସ୍ଥାରେ ଜଣେ ଯୁବକଙ୍କ ମୃତ  ଦେହ ଓଲଟା ହୋଇ ରହିଥିବା ଦେଖିବାକୁ ପାଇ ଗ୍ରାମରେ ପ୍ରଘଟ କରିଥିଲେ । ପରେ ଗ୍ରାମବାସୀ ଟିଟିଲାଗଡ଼ ଥାନାକୁ ଖବର ଦେଇଥିଲେ । ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ଉଦ୍ଧାର କରିିଥିଲା । ପାରିପାଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଏହା ଏକ ସୁନିୟୋଜିତ ହତ୍ୟାକାଣ୍ଡ ତଥା ଏଥିରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ଥିବା ପୁଲିସ ସନ୍ଦେହ  କରିଛି । ତେବେ ମୃତ ଦେହର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଶବ ଚିହ୍ନଟ ହୋଇଥିଲା । ମୃତ ଯୁବକ ଜଣକ ଟିଟିଲାଗଡ଼ ବ୍ଲକ କୁଶକେଲା ଗ୍ରାମ ବାସିନ୍ଦା ପରମେଶ୍ୱର ବାଗଙ୍କ ପୁଅ ବବଲୁ ବାଗ (୨୮) ବୋଲି ଜଣା ପଡ଼ିଥିଲା । ମୃତକଙ୍କ ଭାଇ ଶବ ଚିହ୍ନଟ କରିବା ପରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ କରିବା ସହ ପୋଷ୍ଟମାର୍ଟମ ପରେ ତାଙ୍କ ପରିଜନକୁ ଶବ ହସ୍ତାନ୍ତର କରିଛି । ଅନ୍ୟପଟେ ମୁରିବାହାଲ ବ୍ଲକ ଲେବଡ଼ା ଗ୍ରାମର ନରୋତ୍ତମ ଲୁହାଙ୍କ ପୁଅ ମାୟାଧର ଲୁହା (୪୦) ମୁରିବାହାଲ ଥାନାରେ ଆତ୍ମସମର୍ପଣ କରି ବବଲୁକୁ ମୁଁ ମାରିଛି ବୋଲି ବୟାନ ଦେଇଥିଲା । ମୁରିବାହାଲ ପୁଲିସ ତୁରନ୍ତ ଅଭିଯୁକ୍ତକୁ ଆଣି ଟିଟିଲାଗଡ଼ ପୁଲିସକୁ ହସ୍ତାନ୍ତର କରିଥିଲା । ଟିଟିଲାଗଡ଼ ପୁଲିସ ତାକୁ ଅଟକ ଦର୍ଶାଇ ତଦନ୍ତ ଜାରୀ ରଖିଛି । ହେଲେ ହତ୍ୟାର କାରଣ କଣ ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା ତଥା ତଥ୍ୟ ଉଜାଗର ହୋଇ ପାରି ନାହିଁ, ଦିନେ ଦୁଇ ଦିନ ମଧ୍ୟରେ ମାୟାଧର ଅଭିଯୁକ୍ତ କି ନୁହେଁ କି ଏଥିରେ ଅଉ କିଏ ସମ୍ପୃକ୍ତ ତାହା ସ୍ପଷ୍ଟ ହେବ ବୋଲି ଟିଟିଲାଗଡ ଏସ୍ଡିପିଓ ସରୋଜ କୁମାର ମହାପାତ୍ର ଜଣାଇଛନ୍ତି । ଅନ୍ୟପଟେ ପୁର୍ବ ଶତୃତାକୁ  କେନ୍ଦ୍ର କରି ହତ୍ୟା ଘଟିଥରବା ଚର୍ଚ୍ଚା ଜୋର ଧରିଛି । 

 

 

Leave A Reply

Your email address will not be published.