ବିଜୁ ଯୁବ ଜନତା ଦଳ ପକ୍ଷରୁ ମେଗା ରକ୍ତଦାନ ଶିବିର,  ୭୦୦ ୟୁନିଟ ରକ୍ତ ସଂଗୃହୀତ

0

ବାଲେଶ୍ୱର : ଶହୀଦ ବୀର ବାଘାଯତୀନଙ୍କ ସ୍ମୃତି ଦିବସ ଅବସରରେ ବାଲେଶ୍ୱର ସଦର ବିଜୁ ଯୁବ ଜନତା ଦଳ ପକ୍ଷରୁ ଏକ ମେଗା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସ୍ଥାନୀୟ ଟାଉନ ହଲ ପରିସରରେ ଜୀବନବିନ୍ଦୁ ଆନୁକୂଲ୍ୟରେ ଆୟୋଜିତ ଏହି ରକ୍ତଦାନ ଶିବିରକୁ ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିବା ସହିତ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗ୍ଦର୍ଶନରେ ଗଠିତ ଜୀବନବିନ୍ଦୁ ଅଭିଯାନ ପକ୍ଷରୁ ଆୟୋଜିତ ହେଉଥିବା ଶିବିର ସମଗ୍ର ଦେଶରେ ବିରଳ ବୋଲି କହିଥିଲେ । ବିଭିନ୍ନ ସଂଗଠନ ଓ ଅନୁଷ୍ଠାନଙ୍କ ନିଷ୍ଠାପର  ଉଦ୍ୟମ ଯୋଗୁଁ ସାମ୍ପ୍ରତିକ ସମାଜରେ ରକ୍ତର ଅଭାବ ପୂରଣ ହୋଇ ପାରିଛି ବୋଲି ଶ୍ରୀ ଜେନା ମତ ପ୍ରକାଶ କରିଥିଲେ । ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ, ପୌରପାଳ ଆଲୋକ କୁମାର ସାହୁ, ସଦର ବ୍ଲକ ଅଧ୍ୟକ୍ଷ ନାରାୟଣ ପ୍ରଧାନ ପ୍ରମୁଖ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ  ଅନ୍ୟର ଜୀବନ ରକ୍ଷା ପାଇଁ ରକ୍ତଦାନ କରୁଥିବା ଯୁବଗୋଷ୍ଠୀ ଦେବଦୂତ ସଦୃଶ ବୋଲି କହିଥିଲେ । ବାଲେଶ୍ୱର ଜିଲ୍ଲାର ରକ୍ତ ଆବଶ୍ୟକତା ପୂରଣରେ ଜୀବନବିନ୍ଦୁ ଅଭିଯାନକୁ ଉଲ୍ଲେଖନୀୟ ସଫଳତା ମିଳିପାରିଛି ବୋଲି ସେମାନେ କହିଥିଲେ । ଜୀବନବିନ୍ଦୁ ଅଭିଯାନର ଜିଲ୍ଲା ସଂଯୋଜକ ଆଶିଷ ଘୋଷ ଏହି ଶିବିର ପରିଚାଳନା କରିବା ସହିତ ଶହୀଦ୍ ବାଘାଯତୀନଙ୍କ ବୀରତ୍ୱ ଗାଥା କହି ଯୁବଗୋଷ୍ଠୀଙ୍କୁ ଅନୁପ୍ରାଣିତ କରିଥିଲେ । ଏହି ମହାନ ଆତ୍ମାଙ୍କ  ସ୍ମୃତିରେ କଟକ ରେଡକ୍ରସ ସୋସାଇଟି ଏବଂ ଜିଲ୍ଲା ରକ୍ତଭଣ୍ଡାରର ମିଳିତ ସହଯୋଗରେ ଏହି ଶିବିର ଆୟୋଜନ ହୋଇଥିବା ସେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଲିମ ରେଜା, ଶକ୍ତିପଦ ରାୟ, ସତ୍ୟ ରଂଜନ ଦାସ, ସଞ୍ଜୀବ ଦାସ ପ୍ରମୁଖଙ୍କ ସମେତ ବାଲେଶ୍ୱର ପୌରାଂଚଳ ବହୁ କାଉନସିଲର ଏଥିରେ ଉପସ୍ଥିତ ରହି ଶିବିର ପରିଚାଳନା କରିଥିଲେ । ଶିବିର ଶେଷ ସୁଦ୍ଧା ୭୦୦ ୟୁନିଟ୍ରୁ ଊଦ୍ଧ୍ୱର୍ ରକ୍ତ ସଂଗୃହୀତ ହୋଇଥିଲା 

Leave A Reply

Your email address will not be published.