ବିଧାନସଭାରେ ବର୍ଷା

0 2

ମୁଣ୍ଡିଆମାରି ପବିତ୍ର ବିଧାନସଭାକୁ ପ୍ରବେଶ କଲେ

ଭୁବନେଶ୍ୱର/ ବରଗଡ଼ :- ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସ୍ୱର୍ଗତ ବିଜୟ ରଞ୍ଜନ ସିଂ ବରିହା ଙ୍କ ଦେହାନ୍ତ ପରେ ତାଙ୍କର ସୁକନ୍ୟା ପଦ୍ମପୁର ନିର୍ବାଚନ ମଣ୍ଡଳୀରୁ ଉପନିର୍ବାଚନ ରେ ବିଜୁ ଜନତା ଦଳର ପ୍ରାର୍ଥୀ ଭାବରେ ରେକର୍ଡ଼42 ହଜାରରୁ ଉର୍ଦ୍ବ ଭୋଟରେ ବିରୋଧୀ ମାନଙ୍କୁ ପରାଜିତ କରିବା ପରେ , ବିଧାୟିକା ଭାବରେ ବର୍ଷା ସିଂ ବରିହା ଆଜି ଗଣତନ୍ତ୍ର ର ମନ୍ଦିର ବିଧାନସଭା କୁ ପ୍ରବେଶ କରିଛନ୍ତି ।ସେ ପ୍ରଥମେ ଗଣତନ୍ତ୍ରର ମନ୍ଦିରକୁ ପ୍ରବେଶ କରିବା ପୂର୍ବରୁ ମୁଣ୍ଡିଆ ମାରି ପ୍ରବେଶ କରିଥିଲେ । ଆଜି ସେ ବୋରାସମ୍ବର ମାଟିର ଝିଅ ଭାବରେ ନିର୍ବାଚନ ଲଢ଼ି ପଦ୍ମପୁର ନିର୍ବାଚନ ମଣ୍ଡାଳୁରୁ ପ୍ରଥମ ନିର୍ବାଚିତ ମହିଳା ବିଧାୟିକା ଭାବରେ ସଫଳତା ପାଇ ପାରିଛନ୍ତି l

ଏଠାରେ ସୂଚନା ଯୋଗ୍ୟ ଯେ ନିର୍ବାଚନ ରେ ବିଜୟ ଲାଭ କରିବା ପରଠାରୁ କ୍ରମାଗତ ଭାବରେ ପ୍ରତ୍ୟେକ ଦିନ ଗାଁ କୁ ଗାଁ ବୁଲି ଲୋକଙ୍କ ସୁଖ ଦୁଃଖ ବୁଝିବା ସହିତ ଲୋକଙ୍କ ପାଇଁ ରାଜ୍ୟ ସରକାର ଙ୍କର ଦ୍ୱାରା କରାଯାଉଥିବା ଉନ୍ନୟନ ମୂଳକ କାର୍ୟ୍ଯ ବ୍ୟକ୍ତିଗତ ଭାବରେ ବୁଲି ଦେଖିବା ସହିତ ସମୀକ୍ଷା କରିଥିଲେ ।।4

Leave A Reply

Your email address will not be published.