ପୁସ୍ତକର ପରମ ଶତ୍ରୁ ସମୟ:ସୌମ୍ୟରଂଜନ

0 2

ପୁସ୍ତକ ମହୋତ୍ସବ ଉଦଯାପିତ

ସାହିତ୍ୟ ସମ୍ପର୍କ ସୃଷ୍ଟି କରେ:ଛନ୍ଦା ମିଶ୍ର

ନୟାଗଡ଼,୧୯/୨: ଦୀର୍ଘ ୫ଦିନ ଧରି ଦକ୍ଷିଣକାଳୀ ପଡ଼ିଆରେ ଚାଲିଥିବା ପୁସ୍ତକ ମହୋତ୍ସବ ଏବଂ କ୍ୟାରିଅର ମେଳା ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦ୍ଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବେ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ଗ୍ରୁପର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦାନ କରି ମୁଦ୍ରିତ ଅକ୍ଷରକୁ ଭଲ ପାଉଥିବା ଲୋକ ମାନଙ୍କ ସଂଖ୍ୟା କମି କମି ଯାଉଛି ଫଳରେ ପାଠକ ସଂଖ୍ୟା ହ୍ରାସ ପାଉଛି। ଅନ୍ୟପକ୍ଷରେ ବର୍ତ୍ତମାନ ପୁସ୍ତକର ବଡ଼ ଶତ୍ରୁ ପାଲଟିଛି ସମୟ ବୋଲି ମତବ୍ୟକ୍ତ କରିଥିଲେ।
ମୁଖ୍ୟ ବକ୍ତା ଭାବେ ଓଡ଼ିଶାର ବିଶିଷ୍ଟ ସ୍ତମ୍ଭକାର ତଥା କବୟିତ୍ରୀ ଛନ୍ଦା ମିଶ୍ର ଯୋଗ ଦେଇ ସାହିତ୍ୟ ସମ୍ପର୍କ ସୃଷ୍ଟି କରେ,ଭଗବାନ ମହତ ଉଦ୍ଦେଶ୍ୟ ନେଇ ସମସ୍ତଙ୍କୁ ସୃଷ୍ଟି କରିଛନ୍ତି,ତାଙ୍କର ସେ ସୃଷ୍ଟିକୁ ଆମେ ସାର୍ଥକ କରିବା ଆବଶ୍ୟକ ବୋଲି ମତବ୍ୟକ୍ତ କରିବା ସହିତ ଆମେ ସମସ୍ତେ ଗାଁକୁ ଫେରିବା ବୋଲି ସଙ୍ଗୀତ ମାଧ୍ୟମରେ ଆହ୍ୱାନ ଜଣାଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ,ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ,ଜିଲ୍ଲା ସଂସ୍କୃତି ଅଧିକାରୀ ଟଙ୍କଧର ଭୋଇ,ନୟାଗଡ଼ ବ୍ଲକ ଅଧ୍ୟକ୍ଷ କିଶୋର ସାହୁ ଏବଂ ପୌର ପରିଷଦ ଅଧ୍ୟକ୍ଷା ନିରୂପମା ଖଟେଇ ପ୍ରମୁଖ ଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ଅତିଥି ମାନଙ୍କୁ ନୟାଗଡ଼ ବିଧାୟକ ଡ଼ ଅରୁଣ କୁମାର ସାହୁ ସମ୍ବର୍ଦ୍ଧିତ କରିଥିଲେ। ଅଧ୍ୟାପକ ଗଣେଶ ମିଶ୍ର ସଭା ପରିଚାଳନା କରିଥିବାବେଳେ ଅଧ୍ୟାପିକା ସ୍ମିତା ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ପ୍ରାରମ୍ଭରେ ସ୍କୁଲ ଏବଂ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବା ବେଳେ ଶେଷରେ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave A Reply

Your email address will not be published.