ସୃଜନ ସମାବେଶରେ କବିତା ପ୍ରତିଯୋଗିତା

0 1

ନୟାଗଡ଼,୧୯/୨ :ନୟାଗଡ଼ ଜିଲ୍ଲା ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚ ପକ୍ଷରୁ ସୃଜନ ସମାବେଶ-୨୦୨୩ ସ୍ଥାନୀୟ କେସି କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି। ରବିବାର ପୂର୍ବାହ୍ନରେ ଅନୁଷ୍ଠିତ ଏହି ସାହିତ୍ୟ କାର୍ଯ୍ୟକ୍ରମକୁ ନାଟ୍ୟଭୂଷଣ ଡ଼.ବିଜୟ ଚୌଧୁରୀ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ‘ବୋଉ’ ଶୀର୍ଷକ ଏକ କବିତା ପାଠର ପ୍ରତିଯୋଗିତା ଉପସ୍ଥିତ କବି ମାନଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କବି ଲକ୍ଷ୍ମଣ କୁମାର ନାୟକଙ୍କୁ ୧୧ଶହ ଟଙ୍କା ପୁରସ୍କାର ସହିତ ମାନପତ୍ର ଏବଂ ଉପଢୌକନ ପ୍ରଦାନ କରା ଯାଇଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା କବି ଯଶୋବନ୍ତ ପଟ୍ଟନାୟକ ଙ୍କୁ ୭ଶହ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା କବି ସୁରେଶ ଚନ୍ଦ୍ର ପରିଡ଼ାଙ୍କୁ ୫ଶହ ଟଙ୍କା ପୁରସ୍କାର ପ୍ରଦାନ କରାଯାଇ ପ୍ରୋତ୍ସାହିତ କରାଯାଇଥିଲା। କବିତା ଗୁଡିକୁ କବି ଗୋଦାବରୀଶ ମିଶ୍ର,ଗଦାଧର ନନ୍ଦ, ଅଶୋକ ମଲ୍ଲ ଏବଂ କବୟିତ୍ରୀ ଡ଼ ସୁକାନ୍ତି ମହାନ୍ତି ପ୍ରମୁଖ ମୂଲ୍ୟାୟନ କରିଥିଲେ । ସାହିତ୍ୟ ଓ ସଂସ୍କୃତି ବିକାଶ ମଞ୍ଚର ସଭାପତି ସମାଜସେବୀ ପ୍ରମୋଦ ପଟ୍ଟନାୟକଙ୍କ ପୌରହିତ୍ୟିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ୪୦ରୁ ଉର୍ଦ୍ଧ୍ବ କବି ଯୋଗଦାନ କରିଥିଲେ। କବି ଗୋପୀନାଥ ସେଠି ଏବଂ କ୍ଷଣପ୍ରଭା କର କବିତା ଗୁଡିକ ସଞ୍ଚାଳନ କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ କବି ନିର୍ମଳ ଶୁରଦେଓ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ।

Leave A Reply

Your email address will not be published.