ଜମିବାଡ଼ିକୁ କେନ୍ଦ୍ର କରି ଯୁବକଙ୍କୁ ହତ୍ୟା,ବାପ ପୁଅ ଅଟକ

0 1

– ଘଟଣାସ୍ଥଳରେ ପୋଲିସର ସନ୍ଧାନୀ କୁକୁର

ବୀରମହାରାଜପୁର, (ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ଥାନ ଅନ୍ତର୍ଗତ କମିରା ଗ୍ରାମରେ ଶନିବାର ଦିନ ଏକ ସଘନ୍ୟ ହତ୍ୟା କାଣ୍ଡ ଘଟିଥିବା ଜଣାଯାଇଛି। ସୂଚନା ଅନୁଯାୟୀ,କମିରା ଗ୍ରାମର ପିତା- ଅରୁଣ ବିଶ୍ଵାଲ ତାଙ୍କର ପୁଅ -ପ୍ରକାଶ ବିଶ୍ଵାଳ (୨୨)ଙ୍କୁ ଉକ୍ତ ଗ୍ରାମର ଶିବରାତ୍ର ପଧାନ ଓ ପୁଅ ଦୁଃଶାସନ ପଧାନ ଜମିବାଡ଼ି ବିବାଦ କୁ ନେଇ ଶାବଳ ସାହାଯ୍ୟରେ ମୁଣ୍ଡରେ ପିଟି ପିଟି ହତ୍ୟା କରିଥିବା ନେଇ ପରିବାର ପକ୍ଷରୁ ଅଭିଯୋଗ ହେଇଛି। ଆଗରୁ ବହୁ ବାର ଜମି ବିବାଦକୁ ନେଇ ଉଭୟଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ ସୃଷ୍ଟି ହୋଇଥିଲା। ସୁବଳୟା ଥାନରେ ମୃତଙ୍କ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ସୁବଳୟା ପୋଲିସ ଓ ସନ୍ଧ୍ୟାନି କୁକୁର ସହ ଘଟଣାସ୍ଥଳରେ ପହଞ୍ଚିଥିଲା। ମୃତଦେହକୁ ଜବତ କରିବା ସହ ବ୍ୟବଛେଦ ପାଇଁ ପଠାଇଥିଲା। ସୁବଳୟା ଥାନରେ କେସ ନଂ ୨୭/୨୩, ଧାରା ୩୦୨/୩୪ ଆଇ ପି ସି ରେ ଏକ ମାମଲା ରୁଜୁ ଉଭୟ ବାପପୁଅ ଶିବରାତ୍ର ଓ ଦୁଃଶାସନକୁ ଅଟକ ରଖିଥିବା ବେଳେ ଅଧିକ ତଦନ୍ତ ଜାରି ରହିଥିବା ଥାନ ଅଧିକାରୀ ଅଞ୍ଜଲି କୁମ୍ଭାର ସୂଚନା ଦେଇଛନ୍ତି।

Leave A Reply

Your email address will not be published.