ବୀରମହାରାଜପୁର, ( ବିନୋଦ ପାଣ୍ଡେ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ବାଗବର ପଞ୍ଚାୟତ ଅନ୍ତର୍ଗତ କେନ୍ଦୁପାଲି ଗାଁ ମଝିରେ ଥିବା ନଳକୂପ ଦୀର୍ଘ ଦୁଇ ମାସ ହେବ ଅଚଳ ଅବସ୍ଥାରେ ପଡ଼ିରହିଛି। ଫଲରେ ସ୍ଥାନୀୟ ଅଧିବାସୀ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି। ଏହି ନଳକୂପ ଉପରେ ଦୁଇଟି ୱାର୍ଡର ଜନସାଧାରଣ ନିର୍ଭର କରିଥାନ୍ତି। ଏହା ମରାମତି ପାଇଁ ସରକାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ତାହା ଏପର୍ଯ୍ୟନ୍ତ ମରାମତି ସୋଇନଥିବାରୁ ଜନସାଧାରଣ ମଧ୍ୟରେ ତିବ୍ର ଅସନ୍ତୋଷ ଦେଖାଦେଇଛି। ଏଣୁ ଗ୍ରାମବାସୀଙ୍କ ଅସୁବିଧାକୁ ତୁରନ୍ତ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
Sign in
Sign in
Recover your password.
A password will be e-mailed to you.