ହୁକୁଟୋଲା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ପାଠଚକ୍ର 

0

ତିର୍ତ୍ତୋଲ -ରାହାମା ତାଳପଡା ପଞ୍ଚାୟତ ସ୍ଥିତ ହୁକୁଟୋଲା ଗ୍ରାମରେ ଥିବା ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ବାର୍ଷିକ ପାଠଚ଼କ୍ର କାର୍ଯ୍ୟକ୍ରମ ଆଜି (ରବିବାର)ଅନୁଷ୍ଠିତ ହୋଇଯାଇଛି।ସର୍ବ ପ୍ରଥମେ ଶିକ୍ଷାକେନ୍ଦ୍ର ପରିସରରେ ଶ୍ରୀ ମା’ ଅରବିନ୍ଦଙ୍କର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ କରାଯାଇଥିଲା।ପରେ ଅନୁଷ୍ଠିତ ବୈଠକରେ ହରିହର ନାଥ ଶର୍ମା ସଭାପତିତ୍ବ କରିଥିଲେ।ଏହି ସଭାରେ ଶ୍ରୀ ମା ଅରବିନ୍ଦଙ୍କ ନୀତି ଆଦର୍ଶ ବିଷୟରେ ଆଲୋକପାତ କରାଯିବା ସହିତ ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ଆସିଥିବା ସୁବକ୍ତାମାନେ ଶ୍ରୀ ମା ଅରବିନ୍ଦଙ୍କର ଏହି ଆଧ୍ୟାତ୍ମିକ,ବୌଦ୍ଧିକ ଆଲୋଚନା ଉପରେ ନିଜର ମତବ୍ୟକ୍ତ କରିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହିତ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟତ୍ରୀ ଓ ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ। 

 

Leave A Reply

Your email address will not be published.