କଫ ସିରଫ ବ୍ୟାପାରି ଗିରଫ

0 1

ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ବସନ୍ତ ବିହାର ନିକଟସ୍ଥ ଏକ ପୋଖରୀ ହୁଡ଼ାରେ ଆଜି ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ନେତୃତ୍ୱରେ ଏକ ପୋଲିସ ଟିମ ଚଢ଼ାଉ କରି ଜଣେ କଫ ସିରଫ ବ୍ୟବସାୟୀ କୁ ଗିରଫ କରିଛି । ପ୍ରାପ୍ତ ସୂଚନା ଅନୁସାରେ ପଦ୍ମପୁର ବଡବନ୍ଧ ପଡା ନିବାସୀ ଚିତ୍ତରଞ୍ଜନ ଦାସ ( 31) ପୋଖରୀ ହୁଡ଼ାରେ ଏକ ସ୍କୁଟି ରେ ଅବୈଧ ନିଶା ସାମଗ୍ରୀ ବିକ୍ରି କରୁଥିବାର ସୂଚନା ପାଇବା ପରେ ଥାନା ଅଧିକାରୀ ତୁରନ୍ତ ଅପରାଧୀ କୁ କାବୁ କରିବା ପାଇଁ ବାହାରି ପଡ଼ିଥିଲେ । ପୋଲିସ କୁ ଦେଖି ଅଭିଯୁକ୍ତ ପଳେଇ ଯିବାର ଉଦ୍ୟମ କରି ଅସଫଳ ହୋଇଥିଲା । ପୋଲିସ ଟିମ ଅଭିଯୁକ୍ତ ଉପରେ କାବୁ କରି ତାର ନିକଟରୁ ଅପମିଶ୍ରିତ କଫ ସିରଫ ର 2 ଲିଟର ବିଶିଷ୍ଟ ଏକ ବୋତଲ , 11 ଗୋଟି କଫସିରଫ , ଗୋଟେ ଷ୍ଟିପ ନିଶା ବଟିକା ସହିତ ଗୋଟେ ହିରୋ ସ୍କୁଟି , ଗୋଟେ ମୋବାଇଲ ଫୋନ ଓ ନଗଦ 3150 ଟଙ୍କା ଜବତ କରିବାରେ ସଫଳ ହୋଇଥିଲା । ଅଭିଯୁକ୍ତ କୁ ଥାନା କୁ ଆଣି ତଦନ୍ତ କରିବା ପରେ କେଶ ନମ୍ବର 38/23 ଧାରା 274/ 275 , ରେ ମାମଲା ରୁଜୁ କରି ଅଭିଯୁକ୍ତ କୁ କୋର୍ଟ ଚାଲାଣ କରିଛି । ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ କୁ ପଦ୍ମପୁର ଜେଲକୁ ପଠେଇ ଦିଆ ଯାଇଛି ବୋଲି ଥାନା ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।।

Leave A Reply

Your email address will not be published.