କାମାକ୍ଷାନଗର/ରିତେଶ ବ୍ରହ୍ମା:କାମାକ୍ଷାନଗର ମହୋତ୍ସବ ଆଜି ୨ୟ ଦିନ ରେ ଲୋକାରଣ୍ୟ ଦେଖିବାକୁ ମିଳୁଛି। ଦିନ ରେ କବାଡି, ଖୋକୋ, ଭଲିବଲ୍ ଆଦି ଖେଳ ଅନୁଷ୍ଠିତ ହୋଇଥିଲା।ମହୋତ୍ସବ ର ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି ପଲିଶ୍ରୀ ମେଳା ସାଙ୍ଗ କୁ ସିନେ କଳାକାର ମାନଙ୍କର ଆଗମନ ସହ ବିଭିନ୍ନ ଜିଲ୍ଲା ରୁ ଆସିଥିବା ଛୋଟ ଛୋଟ କୁନି ପିଲାଙ୍କର ନୃତ୍ୟ ଓ ସଙ୍ଗୀତ ପ୍ରଦର୍ଶନ। ଆଜି ଅପରାହ୍ନ ରେ ଭୂବନ ସୂରପ୍ରତାପପୂରର ଦଣ୍ଡ ନୃତ୍ୟ,କୂଆଳୁର ଖଞ୍ଜଣି ଭଜନ,ଭୂବନ ମହିଳା ମହାବିଦ୍ୟାଳୟର ସମ୍ବଲପୂରି ନୃତ୍ୟ,ଜବାହର ନବୋଦୟ ଆଧୁନିକ ନୃତ୍ୟ,ଢେଙ୍କାନାଳ ଘୁମୁରା ନୃତ୍ୟ,ଜଗସିଂହପୂର ସାରଳାର ସାସ୍କୃତିକ କଳାପରିଷଦର ଜଗନ୍ନାଥ ଭଜନର,ଆଦର୍ଶ ବିଦ୍ୟାଳୟ ଜନ୍ତେରିବୋଲର ଢେନସା ନୃତ୍ୟରେ ମତୁଆଲା ହୋଇଥିଲେ ଦର୍ଶକ। ଆୟୋଜିତ କାର୍ଯ୍ୟକ୍ରମ ରେ ମହୋତ୍ସବ ର ସଭାପତି ତଥା ଉପ ଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ଅଧ୍ୟକ୍ଷତା ରେ ମୁଖ୍ୟ ଅତିଥି ଭାବରେ ସତ୍ୟବ୍ରତ ସାହୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜସ୍ବ ଓ ବିିପର୍ଯ୍ୟୟ ପରିଚାଳନା ବିଭାଗ ଅଧ୍ୟକ୍ଷ ଓଡ଼ିଶା ସରକାର ,ଅନ୍ୟତମ ଅତିଥି ଭାବରେ ରଞ୍ଜନ କୁମାର ଦାସ ନିର୍ଦ୍ଦେଶକ ତଥା ସ୍ଵତନ୍ତ୍ର ଶାସନ ସଚିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡ଼ିଶା ସରକାର, ଅଧ୍ୟକ୍ଷ ମୋ କଲେଜ ଅଭିଯାନର ଆକାଶ ଦାସ ନାୟକ , ଅର୍ଚ୍ଚନା ପୁହାଣ ସଭାପତି ଜିଲ୍ଲାପରିଷଦ ଢ଼େଙ୍କାନାଳ, ସରୋଜ କୁମାର ସେଠୀ ଜିଲ୍ଲାପାଳ ଢ଼େଙ୍କାନାଳ, ବିଳାସିନୀ ସେଠୀ ଉପସଭାପତି ଜିଲ୍ଲାପରିଷଦ ଢ଼େଙ୍କାନାଳ, ଶର୍ମିଷ୍ଠା ଦଳବେହେରା ଅଧ୍ୟକ୍ଷା ପରଜଙ୍ଗ ପଞ୍ଚାୟତ ସମିତି, ଚାରୁଲତା ମିଶ୍ର ଅଧ୍ୟକ୍ଷା କଙ୍କଡ଼ାହାଡ଼ ପଞ୍ଚାୟତ ସମିତି, ଶୁଭେନ୍ଦୁ ସାହୁ ଅଧ୍ୟକ୍ଷ ଭୁବନ ଏନ୍.ଏ.ସି ,ସିପ୍ରା ବରାଳ ଅଧ୍ୟକ୍ଷା ଭୁବନ ପଞ୍ଚାୟତ ସମିତି ,ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଅଧ୍ୟକ୍ଷ ବିଜୟ କୁମାର ଜେନା ଆଦି ଯୋଗ ଦେଇ ଥିଲେ। ପରେ କୁନି କୁନି ଛାତ୍ର ଛାତ୍ରୀ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରି ଶେଷ ରେ ସିନେ କଳାକାର ପପୁ ପମପମ୍ ଙ୍କ କମେଡି ଏବଂ ଅସିମା ପଣ୍ଡା ଙ୍କ ଗାଇଥିବା ଗୀତ ରେ ଦର୍ଶକ ଝୁମି ଥିଲେ । ଲୋକ ମାନଙ୍କ ଅଧିକ ଗହଳି ହୋଇଥିଲା ପଲିଶ୍ରୀ ମେଳା ରେ ପଡିଥିବା ରାଜସ୍ଥାନୀ ଖାଦ୍ୟ ଷ୍ଟଲ ରେ ଏବଂ ବିଭିନ୍ନ ପ୍ରକାର ଏସଏସଜି ଗ୍ରୁପ ଦ୍ୱାରା ହାତ ତିଆରି ଜିନିଷ ପଡିଥିବା ଷ୍ଟଲ୍ ମାନଙ୍କରେ ।ମଞ୍ଚ ପରିଚାଳନା କରିଥିଲେ ଅବନୀ ମିଶ୍ର ।
Sign in
Sign in
Recover your password.
A password will be e-mailed to you.
Prev Post