ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଆଦ୍ୟାଶା

0 2

୨ ବର୍ଷରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛାଡିଲେଣି ୧୨୦୦ ରୁ ଉର୍ଦ୍ଧ ସାପ

କାମାକ୍ଷାନଗର/ରିତେଶ ବ୍ରହ୍ମା – କାମାକ୍ଷାନଗର ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁକ୍ତ ୨ ବିଜ୍ଞାନ ଦ୍ଵିତୀୟ ବର୍ଷ ର ଛାତ୍ରୀ ଆଦ୍ୟାଶା ଅପରାଜିତା ମିଶ୍ର। ପୈତୃକ ଘର କାମାକ୍ଷାନଗର ମଢି ସାହି ୨ ନଂ ୱାର୍ଡ ରେ। ବାପା ପେଶା ରେ ଜଣେ ଡ୍ରାଇଭର ଏବଂ ମା ଜଣେ ଗୃହିଣୀ। ପିଲାଟି ଦିନ ରୁ ସରୀସୃପ ଙ୍କ ପ୍ରତି ତାଙ୍କର ଆଗ୍ରହ ଓ ସେ ଜଣେ ବିଜ୍ଞାନ ଛାତ୍ରୀ ହୋଇଥିବାରୁ ସାପ ଧରିବାର ନିଶା ତାଙ୍କୁ ଅଧିକ ପ୍ରେରଣା ଦେଇଥିଲା। ଆଦ୍ୟାଶା ଙ୍କୁ ଏବ ମାତ୍ର ୧୬ ବର୍ଷ ହୋଇଥିବା ବେଳେ ଏହି ବୟସରେ ସେ ଶହ ଶହ ବିଭିନ୍ନ ବିଷାକ୍ତ ସାପ ଙ୍କୁ ଧରି ବନ ବିଭାଗ କର୍ମଚାରୀ ଙ୍କ ସହାୟତାରେ ସୁରକ୍ଷିତ ଭବେ ଜଙ୍ଗଲ ରେ ଛାଡିଛନ୍ତି। ଏହା ସହ କାମାକ୍ଷାନଗର ରେ ବିଭିନ୍ନ ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ମାନଙ୍କରେ ସଚେତନା କାର୍ଯ୍ୟକ୍ରମ କରିବା ସହ ଛାତ୍ର ଛାତ୍ରୀ ମାନଙ୍କୁ ପଶୁପକ୍ଷୀ , ଜୀବଜନ୍ତୁ ଓ ସରୀସୃପ ମାନଙ୍କୁ କିପରି ସୁରକ୍ଷା ଦେବା ସେ ସମ୍ପର୍କରେ ରେ ଅବଗତ କରାଇଥାନ୍ତି । ସେ ୧୫ ରୁ ଉର୍ଦ୍ଧ ସାଙ୍ଗ ସାଥୀ ମାନଙ୍କୁ ଶିକ୍ଷା ଦେଇଛନ୍ତି। ଢ଼େଙ୍କାନାଳ ର ଏକମାତ୍ର ଝିଅ ଖୁବ୍ କମ୍ ବୟସ ରେ ସାହସିକତାର ଗୌରବ ଆଣି ପାରିଛନ୍ତି। ଯଦି ସରକାର ଙ୍କ ତରଫରୁ ଆର୍ଥିକ ସହାୟତା ପାଇପାରିବେ ତାହେଲେ ସେ ତାଙ୍କର କାର୍ଯ୍ୟ ଓ ସଚେତନତା କାର୍ଯ୍ୟକ୍ରମକୁ ଆହୁରି ତ୍ଵରାନିତ କରିପାରିବେ ବୋଲି କହିଛନ୍ତି।

Leave A Reply

Your email address will not be published.