ସୁବଳୟା ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ

0 2

କଂସ ମହାରାଜଙ୍କ ରାଜ୍ୟ ଅଭିଷେକ

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ସ୍ଥିତ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ବିରାଟ ଧନୁଯାତ୍ରା ମହୋତ୍ସବ ଉଦଘାଟିତ ହୋଇଯାଇଛି।‌ ଏଥିରେ ଉପଖଣ୍ଡ ପୋଲିସ ଅଧିକାରୀ ଡୋଳାମଣି ଭୋଇ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ଏହି ଅବସରରେ ସୁବଳୟା ସରପଞ୍ଚ ପ୍ରମୋଦ ମହାପାତ୍ର, କମିରା ସରପଞ୍ଚ ପ୍ରତିନିଧି ତଥା ସମାଜସେବୀ ସପନ ପଧାନ, ଧନୁଯାତ୍ରା କମିଟିର ସଭାପତି ରାଜେଶ ସେଠୀ, ବାବା ଅବଧୂତ ସାଂସ୍କୃତିକ ସଂଘ ସଭାପତି ସୁଦାମ ମେହେର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଅତିଥିଙ୍କ ଦ୍ବାରା ମୁନା ମାହାଣା, ନମିତା ହୋତା, ଶୁଶିଲ ମେହେରଙ୍କୁ ବାବା ଅବଧୂତ ସାଂସ୍କୃତିକ ସଂଘ ପକ୍ଷରୁ ମାନପତ୍ର ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଶୁକାନ୍ତ ପୁରୋହିତ ସଭା ପରିଚାଳନା କରିଥିବା ବେଳେ କମିଟି ସମ୍ପାଦକ ସୁଦାମ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ନାଟ୍ୟ ଅଭିନୟକ୍ରମେ ମଥୁରା ନଗରି ନରେଶ ଉଗ୍ରସେନ ମହାରାଜାଙ୍କ ନଗର ପରିକ୍ରମା କରିବା ସହ ରାଜ ଦରବାରରେ ସଭା ଆୟୋଜନ ହୋଇଥିଲା। ଏଥିରେ କଂସ ମହାରାଜଙ୍କର ରାଜ୍ୟ ଅଭିଷେକ ଉତ୍ସଵ ଆୟୋଜନ ହୋଇଥିଲା। କଂସ ମହାରାଜଙ୍କ ଆଦେଶ କ୍ରମେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଦର୍ଶକ ମନଭରି ଉପଭୋଗ କରିଥିଲେ। ଏହି ଅବସରରେ ମୀନା ବଜାର, ଅପେରା, ବିଭିନ୍ନ ଘରୋଇକରଣ ସାମଗ୍ରୀ ଦୋକାନ ପସରା, ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ଦେଖିବାକୁ ମିଳିଛି।

Leave A Reply

Your email address will not be published.