ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶ୍ରୀ ପ୍ରେମାନନ୍ଦ ପଟ୍ଟନାୟକ ବିଦ୍ୟାଳୟ ଓ ଗଣଶିକ୍ଷକ ବିଭାଗରେ କାର୍ଯ୍ୟରତ , ବରିଷ୍ଠ ଶିକ୍ଷକ , Education for All : An analytical study in the present Relevance of swami Vivekanand’s ideas.: ଉପରେ ମୌଳିକ ସନ୍ଦର୍ଭ ଲେଖି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ତରଫରୁ ଡକ୍ଟରେଟ୍ ଉପାଧି ପାଇଛନ୍ତି।
ସେ ବ୍ରହ୍ମପୁର ସ୍ଥିତ DPIASE ର ସେବା ନିବୃତ୍ତ ବରିଷ୍ଠ ପ୍ରାଧ୍ୟାପକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ନାୟକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗବେଷଣା କରିଥିଲେ।
ଏହି ସନ୍ଦର୍ଭଟି ବରିଷ୍ଠ ପ୍ରଫେସର ନିତ୍ୟାନନ୍ଦ ପ୍ରଧାନ NERIE NCERT , Umiam , District RI-Bhoi , Shilong , Meghalaya ଙ୍କ ଦ୍ବାରା ଅଧ୍ୟୟନ ଓ ଶ୍ରେଷ୍ଠ ଚୟନ କରି ତାଙ୍କୁ ଡକ୍ଟରେଟ୍ ପାଇବା ପାଇଁ ଯୋଗ୍ୟ ବିବେଚିତ କରିଥିଲେ ଏବଂ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ସନ୍ଦର୍ଭଟିକୁ ନୂଆଦିଲ୍ଲୀ ସ୍ଥିତ NCERT ର ପୂର୍ବତନ ଡାଇରେକ୍ଟର ବରିଷ୍ଠ ପ୍ରଫେସର ଡ. ହୃଷିକେଶ ସେନାପତିଙ୍କ ଦ୍ବାରା ସାକ୍ଷାତକାର ହୋଇ ଉଚ୍ଚ ପ୍ରଶଂସିତ ହୋଇଛନ୍ତି।
ଶିକ୍ଷକତା ପୂର୍ବରୁ ଶ୍ରୀ ପଟ୍ଟନାୟକ ଅଧ୍ୟାପନା ମଧ୍ୟ କରୁଥିଲେ। ପରବର୍ତ୍ତୀ ସମୟରେ ସେ ଶିକ୍ଷକତା ଜୀବନକୁ ଆପଣେଇ ଥିଲେ।
ଏହି ସଫଳତା ପାଇଁ ସେ ଉଭୟ ଦିବଂଗତ ମାତା ପିତା ଓ ଗୁରୁଜନ ମାନଙ୍କୁ ତଥା ଆୟୁଷ୍ମାନ ଧର୍ମପତ୍ନୀ , ଶ୍ରୀମତୀ ରଞ୍ଜିତା ପଟ୍ଟନାୟକ ସହ ଦୁଇ ଝିଅ (ସୋନାଲି ଓ ମୋନାଲି ) ଙ୍କୁ ଶ୍ରେୟ ଦେଇଛନ୍ତି।
ଏହି ଶୁଭଖବର ପାଇ ନିଜ ପରିବାର ବର୍ଗ ସହ ସମସ୍ତ ହିତାକାଂକ୍ଷୀ ଯଥା ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ଜେ. ନର୍ମଦା ଦାଶ , ବିଚିତ୍ରାନନ୍ଦ ବେବର୍ତା , ଡ. ଜିତା ପାତ୍ର , ସୋମନାଥ ପଟ୍ଟନାୟକ , ଡ.ଆଜାମଉଦିନ , ଡକ୍ଟର ଜି.ନାଗେଶ୍ଵର ରାଓ , ଚନ୍ଦ୍ରଶେଖର ପଟ୍ଟନାୟକ , ହିମାଂଶୁ ପଟ୍ଟନାୟକ , ଶୁଭ୍ରାଂଶୁ ପଟ୍ଟନାୟକ , ହରିନାଥ ପାତ୍ର , ଅରୁଣ ପଟ୍ଟନାୟକ , ଆନନ୍ଦ ଶତପଥୀ , ଅମୁଲ୍ୟ ପାଣିଗ୍ରାହୀ , ବାବୁ ପଟ୍ଟନାୟକ , ବାଳକୃଷ୍ଣ ପାଣିଗ୍ରାହୀ , ଦୁର୍ଗାଶିଷ ପଟ୍ଟନାୟକ ପ୍ରଭୃତି ଶ୍ରୀ ପ୍ରେମାନନ୍ଦ ପଟ୍ଟନାୟକଙ୍କୁ ଶୁଭ ଅଭିନନ୍ଦନ ଜଣାଇଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post
Next Post