ମହିଳା ସ୍ନାତକ ମହାବିଦ୍ୟାଳୟରେ ଶହୀଦ ଦିବସ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସକୁ ଶହୀଦ ଦିବସ ଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁଙ୍କ ତତ୍ୱାବଧାନରେ ଏନ୍.ଏସ୍.ଏସ୍ ବିଭାଗ ଆନୁକୂଲ୍ୟରେ ପାଳିତ ହୋଇଯାଇଛି।
ସର୍ବ ପ୍ରଥମେ ମହାତ୍ମା ଗାନ୍ଧୀଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରିବା ପରେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।
ଏହାପରେ ଉପସ୍ଥିତ ଛାତ୍ରୀ ମାନଙ୍କୁ ଅଧ୍ୟକ୍ଷା ଉଦବୋଧନ ଦେଇ ସାରା ଜୀବନ ଉତ୍ସର୍ଗ କରିଥିବା ଅହିଂସାର ପୂଜାରୀ ଗାନ୍ଧୀଜୀଙ୍କ ସମେତ ଭାରତର ଅଗଣିତ ଶହୀଦ ମାନଙ୍କ ପ୍ରତି ହୃଦୟର ସହ ସମ୍ମାନ ଜଣାଇ ତାଙ୍କ ଦ୍ବାରା ବର୍ଣ୍ଣିତ ଉପଦେଶକୁ ପାଳନ କରିବା ଉଚିତ ବୋଲି କହିଥିଲେ।
ସେହିଭଳି ଏନ୍.ଏସ୍.ଏସ୍ ଅଧିକାରୀ ଡ଼. ଭାରତୀ ପାଣିଗ୍ରାହୀ ନିଜ ବକ୍ତବ୍ୟରେ ଗାନ୍ଧୀଜୀଙ୍କ ଜୀବନୀ ସମ୍ପର୍କରେ ଆଲୋକପାତ କରିଥିଲେ।
ଶେଷରେ ଛାତ୍ରୀ ମାନଙ୍କ ଦ୍ଵାରା ରଘୁପତି ରାଘବ ରାଜାରାମ ରାମଧୂନ୍ ଗାନ କରାଯାଇ ସଭା ସାଙ୍ଗ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଶିକ୍ଷକ , ଅଣଶିକ୍ଷକ କର୍ମଚାରୀଙ୍କ ସମେତ ଛାତ୍ରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ।

Leave A Reply

Your email address will not be published.