୮ ଦିନ ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ ଉଦଯାପିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ୮ ଦିନ ଧରି ଚାଲିଥିବା ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ସଭା ପରିଚାଳନାରେ ମୁଖ୍ୟ ଅତିଥି ରୂପେ ପାରଳାଖେମୁଣ୍ଡିର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ଅଜୟ ତ୍ରିପାଠୀ ଯୋଗଦେଇ ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣର ଗୁରୁତ୍ୱ ବୁଝାଇବା ସହ ନାରୀ ଆଜି ଅବଳା ନ ହୋଇ ସବଳା ହୋଇଚି ବୋଲି ମତବ୍ୟକ୍ତ କରିଥିଲେ।
ପୁରାତନ ଇତିହାସର ବୈଦିକ ଯୁଗର ନାରୀ , ଦୁର୍ଗାମାତା ଶକ୍ତି ଧାରଣୀ ମହିଷାସୁରକୁ ହତ୍ୟା କରି ନାରୀ ଶକ୍ତିର ପରିଚୟ ଥିଲା ବୋଲି ମତବ୍ୟକ୍ତ କରିଥିଲେ।
ଅଧ୍ୟକ୍ଷା ଶ୍ରୀମତୀ ଅମ୍ବିକା ଦେବୀ , କ୍ରୀଡା ପ୍ରଶିକ୍ଷିକା ଶ୍ରୀମତୀ ବିଜୟଲକ୍ଷ୍ମୀ ପଣ୍ଡା , କ୍ରୀଡା ପ୍ରଶିକ୍ଷିକା ଛାତ୍ରୀ ମାନେ ଯଥା :- ଇତିରାଣୀ ନାୟକ , ପରିଣୀତା ଶବର , ଲଳିତା ପତ୍ରିଆରୀ ଓ ଦୀପ୍ତି ମୟୀ ସାହୁ ଆତ୍ମରକ୍ଷାର ଗୁରୁତ୍ୱ ବୁଝାଇଥିଲେ।
ଓଡ଼ିଆ ଅଧ୍ୟାପକ ତଥା ଜିଲ୍ଲା ସଂଯୋଜକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ବାଗ୍ମୀ ରଞ୍ଜନ ଷାଣ୍ଢ ଏହି କାର୍ଯ୍ୟକ୍ରମର ତଦାରଖ କରିଥିଲେ।
ବରିଷ୍ଠ ପ୍ରାଧ୍ୟାପିକା ଡ. ମନସ୍ୱିନୀ ଦାସ , ଇତିହାସ ଅଧ୍ୟାପକ ଡ. ନୃସିଂହ ପାଣିଗ୍ରାହୀ , ରାଜନୀତି ଅଧ୍ୟାପକ ଡ. ମହେନ୍ଦ୍ର ରଇତ , ଗୁରୁ ରଘୁନାଥ ପାତ୍ର ଛାତ୍ରୀ ମାନଙ୍କୁ ଆତ୍ମରକ୍ଷା କିଭଳି ଜରୁରୀ ବୁଝାଇଥିଲେ। ପରିଶେଷରେ ସମସ୍ତ ଛାତ୍ରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।
ଏପରିକି ଜାତୀୟ ସେବା ଶିବିରର ଛାତ୍ରୀମାନଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ବଣ୍ଟନ କରିଥିଲେ। ଶେଷରେ ଓଡ଼ିଆ ଅଧ୍ୟାପକ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.