ପରଜଙ୍ଗ/ରିତେଶ ବ୍ରହ୍ମା- ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥ ର ବଡଝରା ଗ୍ରାମ ନିକଟ ରେଙ୍ଗାଲି ବାମ ପାର୍ଶ୍ଵ କେନାଲ ପଖରେ ସୋମବାର ସନ୍ଧ୍ୟାରେ ଏକ ଓଡ଼ି ୩୫ ସି ୦୪୩୬ ନଂ ବିଶିଷ୍ଟ ୧୨ ଚକିଆ କୋଇଲା ବୁଝେଇ ଟ୍ରକ ଭାରଶ୍ୟାମ ହରାଇ ରାସ୍ତାର ବାମ ପାର୍ଶ୍ଵ କୁ ଉଲଟି ପଡ଼ିବାରୁ ଗାଡ଼ିର ନିଆଁ ଲାଗି ଯାଇଥିଲା ଏଥିସହ ଗାଡ଼ିର ଚାଳକ ଭିତରେ ଚାପି ହୋଇ ରହି ଅର୍ଦ୍ଧ ଦଗ୍ଧ ହୋଇ ମୃତ୍ୟୁ ବରଣ କରିଛନ୍ତି, ସୂଚନା ଯୋଗ୍ୟ ତାଳଚେର ରୁ କୋଇଲା ଲୋଡ କରି ଟ୍ରକ ଟି କାମାକ୍ଷାନଗର ଆଡ଼କୁ ଯାଉଥିଲା, ଖବର ପାଇ ପରଜଙ୍ଗ ଅଗ୍ନି ଶ୍ରମ ଭିବାଗ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ, ଘଟଣା ସ୍ଥଳରେ ପରଜଙ୍ଗ ଥାନା ଅଧିକାରୀ ପ୍ରଶାନ୍ତ କୁମାର ପାତ୍ର, ଏସ ଆଈ ଶକ୍ତି ପ୍ରସାଦ ସାହୁ , ଏ ଏସ ଆଈ ସୁରେଶ ଚନ୍ଦ୍ର ଧଳ,ପଦ୍ମନାଭ ସାହୁ, ବନିତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ମୃତ ଚାଳକ ଙ୍କ ପରିଚୟ ମିଳି ପାରିନାହିଁ, ଖବର ଲେଖା ହେବା ପର୍ଯ୍ୟନ୍ତ ମୃତ ଦେହ ଉଦ୍ଧାର କରାଯାଇ ପାରି ନାହିଁ ।
Sign in
Sign in
Recover your password.
A password will be e-mailed to you.