ଟିଟିଲାଗଡ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ବୈଜୟନ୍ତ ପଣ୍ଡା

0

ଟିଟିଲାଗଡ/ଭୁବନେଶ୍ବର: ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଦୁଇଦିନିଆ ବଲାଙ୍ଗୀର ଗସ୍ତ ଅବସରରେ ଦ୍ବତୀୟ ଦିନରେ ବଲାଙ୍ଗୀର ଜିଲ୍ଲା ବିଜେପି ପକ୍ଷରୁ ରବିବାର ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୨୦୨୩ ମସିହାର ପ୍ରଥମ ଓ ୯୭ତମ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସମାଜ ପାଇଁ ବଳିଷ୍ଠ ଅବଦାନ ଦେଇଥିବା ବିଶିଷ୍ଠ ଶିକ୍ଷାବିତ ଯୁଗଳ କିଶୋର ଷଡ଼ଙ୍ଗୀ, ବରିଷ୍ଠ  ସାମ୍ବାଦିକ ଅଶୋକ ତ୍ରିପାଠୀ, ଅବସର ପ୍ରାପ୍ତ ସୈନିକ ଲିଙ୍ଗରାଜ ନାୟକ ଏବଂ ରାଷ୍ଟ୍ରୀୟ ସ୍ଵଂୟ ସେବକ ସଂଘର ବରିଷ୍ଠ ସଭ୍ୟ ତ୍ରିଲୋଚନ ବେହେରାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗୀର ସାଂସଦ ଶ୍ରୀମତି ସଙ୍ଗିତା ସିଂଦେଓ, ଜିଲ୍ଲା ସଭାପତି ଶୀବାଜୀ ମହାନ୍ତି, ଟିଟିଲାଗଡ ନଗର ସଭାପତି ପ୍ରଶାନ୍ତ ଷଢଙ୍ଗୀ, ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀବତ୍ସ ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ “ମନ୍‌ କି ବାତ୍‌” ଶୁଣିଥିଲେ।

ସୂଚନାଯୋଗ୍ୟ,ଶନିବାର ବଲାଙ୍ଗୀର ସହରରେ ପହଞ୍ଚିବା ପରେ ଶ୍ରୀଯୁକ୍ତ ପଣ୍ଡା ଜିଲ୍ଲାର ପଦାଧୀକାରୀ ମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ପରେ ଟିଟିଲାଗଡରେ ପହଞ୍ଚି ଏକ ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେଇ ରାତ୍ରୀଯାପନ କରିଥିଲେ। ଆଜି ସକାଳେ ଶ୍ରୀଯୁକ୍ତ ପଣ୍ଡା ଟିଟିଲାଗଡ ସ୍ଥିତ ମା ଘଣ୍ଟାସୁଣୀ ମନ୍ଦିରରେ ପହଞ୍ଚି ମାଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ଆର୍ଶୀବାଦ କାମନା କରିଥିଲେ। ସେଠାରୁ ଫେରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତମ “ମନ୍‌ କି ବାତ୍‌” କାର୍ଯ୍ୟକ୍ରମରେ ଯୋଗଦେବା ପରେ କେନ୍ଦ୍ରାପଡା ଗସ୍ତରେ ଯାଇଥିଲେ।

Leave A Reply

Your email address will not be published.