କେନ୍ଦ୍ରୀୟ ବିଦ୍ୟାଳୟ ପାଇଁ ବରିଷ୍ଠ ନାଗରିକ ସଂଗଠନ ଦାବିପତ୍ର

0

ବୀରମହାରାଜପୁର, (ବିନୋଦ ପାଣ୍ଡେ): ବଲାଙ୍ଗିର ସାଂସଦ ସଂଗୀତା ସିଂଦେଓ ବୀରମହାରାଜପୁର ଗସ୍ତରେ ଆସିଥିବା ବେଳେ ତାଙ୍କୁ ସ୍ଥାନୀୟ ବରିଷ୍ଠ ନାଗରିକ ସଙ୍ଗଠନର ସଦସ୍ୟ ମାନେ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ସଙ୍ଗଠନ ପକ୍ଷରୁ ବୀରମହାରାଜପୁର ଠାରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ, ଜରା ନିବାସ ପ୍ରତିଷ୍ଠା ଓ ୨୦୦୬ ରେ ପ୍ରତିଷ୍ଠିତ ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର ଉନ୍ନତିକରଣ ପାଇଁ ସାଂସଦ ପାଣ୍ଠିରୁ ସହାୟତା ନେଇ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଆଲୋଚନା ସମୟରେ ବୀରମହାରାଜପୁର ଅଞ୍ଚଳରୁ ଛାତ୍ରଛାତ୍ରୀ ମାନେ ସୋନପୁର କେନ୍ଦ୍ରୀୟ ବିଦ୍ୟାଳୟକୁ ପ୍ରତିଦିନ ଯିବା ଆସିବା କରିବାରେ ଖର୍ଚ୍ଚନ୍ତ ହେଉଥିବା ସମ୍ପର୍କରେ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

ସଂଘର ସଭାପତି ଡ଼. ପ୍ରଫୁଲ୍ଲ କୁମାର ରଥଙ୍କ ନେତୃତ୍ବରେ ପୂର୍ବତନ ସଭାପତି ଭଗବାନ ମିଶ୍ର, ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ, କୋଷାଧ୍ୟକ୍ଷ ଦୟାନିଧି ହୋତା, କୃଷ୍ଣ ଚନ୍ଦ୍ର ପାଢ଼ୀ,ଧନୁ ପଧାନ, ବଳରାମ କାଣ୍ଡ, ଚନ୍ଦ୍ର କୁମାର ବିଶି,ଅକ୍ରୃର ଦନ୍ତା, ଅକ୍ଷୟ ମିଶ୍ର, ଅର୍ଜୁନ ହୋତା, ଦିଲୀପ ତ୍ରିପାଠୀ, ଶ୍ୟାମସୁନ୍ଦର ମହାପାତ୍ର, ଗୋପୀନାଥ ମହାକୁର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.