ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ବ୍ଲକ ରୋଡ କଲ୍ୟାଣମଣ୍ଡପ ଠାରେ ରଘୁନାଥ ଆଥଲେଟିକ ଆସୋସିଏସନର ପୁରାତନ ସଦସ୍ୟ ମାନଙ୍କ ଏକ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସମ୍ପାଦକ ଦିବାକର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ୮୦ ଜଣ ସଭ୍ୟ ଯୋଗ ଦେଇ ପରସ୍ପର ମଧ୍ୟରେ ସୁଖଦୁଃଖ ବାଣ୍ଟିବା ସହ ପୁରୁଣା ସ୍ମୃତିର ରୋମନ୍ଥନ କରିଥିଲେ। ଓଡ଼ଗାଁ ଅଞ୍ଚଳରେ କ୍ରୀଡା ଭିତ୍ତିଭୂମିକୁ ଆହୁରୀ ସୁଦୃଢ଼ କରିବା ସକାଶେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଆଲୋଚନା କରାଯାଇଛି।ଠିକ ସେହିପରି ଅନୁଷ୍ଠାନର ୫୦ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୟନ୍ତୀ ପାଳନ କରିବା ନିମନ୍ତେ ବୈଠକରେ ସ୍ଥିରୀକୃତ ହୋଇଛି। ଏ ନେଇ ଏକ ପରିବର୍ଦ୍ଧିତ କମିଟି ଗଠନ କରାଯାଇଥିଲା। ଉକ୍ତ ବୈଠକରେ ଅନୁଷ୍ଠାନର ପ୍ରତିଷ୍ଠାତା ସଦସ୍ୟ ଜିଲ୍ଲା ପରିଷଦ ସଂଘ ସଭାପତି ଦେବାଶିଷ ପଟ୍ଟନାୟକ, ପୁରାତନ ସଦସ୍ୟ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, କୁମାର ଦେବଦତ୍ତ ଓ ଅନ୍ୟମାନେ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post