ନବଦାଦା ଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

0

ପଦ୍ମପୁର ବିଜୁ ଜନତା ଦଳ କାର୍ଯ୍ୟାଳୟ ଓ ପାଇକମାଲ ରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

ବରଗଡ / ପଦ୍ମପୁର :- ପଦ୍ମପୁର ସ୍ଥାନୀୟ ବିଜୁ ଜନତା ଦଳ କାର୍ଯ୍ୟାଳୟ ରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ ଙ୍କ ଅକାଳ ବିୟୋଗ ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ଦୀପ ପ୍ରଜ୍ବଳନ କରି ଆତ୍ମାର ସଦ୍ ଗତି କାମନା କରାଯାଇଥିଲା। ଏହା ସହିତ ନବ ଦାସ ଅମର ରେ ପ୍ରତିଧ୍ଵନି ରେ ସଭା ସ୍ଥାନ କଂପିତ ହୋଇଥିଲା। ଏହି ଶ୍ରଦ୍ଧାଞ୍ଜଳି ସଭା ରେ ରାଜବୋଡ଼ାସମ୍ବର ବ୍ଲକ ସଭାପତି ରଞ୍ଜିତ ସିଂ ବରିହା, ଟାଉନ ବି ଜେ ଡି ସଭାପତି ନବ କିଶୋର ସାହୁ ଓ ଦଳୀୟ କର୍ମ କର୍ତ୍ତା ଉପସ୍ଥିତ ଥିଲେ l
ସେହିଭଳି ପାଇକମାଲ ଶ୍ରୀ ଶ୍ରୀ ନୃସିଂହନାଥ ଧର୍ମଶାଳା ଠାରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ଜନତା ଦଳର ସଭାପତି ଶ୍ରୀ ରାଜେନ୍ଦ୍ର ରାଉତ ଙ୍କର ସଭାପତିତ୍ୱ ରେ ବଣିକ ସଙ୍ଘ ର ସଭାପତି ଶ୍ରୀ ଯୁଗଳ କିଶୋର ମେହେର , ପାଇକମାଲ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା , ବିଜୟ କୁମାର ରାଓ , ରୋହିତ କୁମାର ସିଂ , ଦଶରଥ ଚାନ୍ଦ ,ମୁନିରାମ ଚାନ୍ଦ , ସହଦେଵ ଧରୁଆ , ସୁବାସ ଶଗଡିଆ , ଅଜୟ କୁମାର ସେଠ , ଭୋଜରାଜ ଭୋଇ ,ଙ୍କର ସମେତ ବହୁ ଲୋକ ଉପସ୍ଥିତ ରହି ସ୍ବର୍ଗତ ଦାସ ଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

Leave A Reply

Your email address will not be published.