ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ବିଜେଡିର ଧାରଣା

0

ବଲାଙ୍ଗୀର/ ନିରୋଜ ମିଶ୍ର :ବଲାଙ୍ଗୀର ପ୍ରଧାନ ଡାକଘର ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ବଲାଙ୍ଗୀର ବିଜୁ ଯୁବ-ଛାତ୍ର-ମହିଳା ଜନତା ଦଳ ପକ୍ଷରୁ ଆକାଶଛୁଆଁ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ପ୍ରତିବାଦରେ ରବିବାର ଧାରଣା ଦିଆଯାଇଥିଲା। ଜିଲା ଯୁବ ବିଜେଡି ସଭାପତି ଲୋଟସ ଷଡଙ୍ଗୀଙ୍କ ସଭାପତିତ୍ୱରେ ପ୍ରତିବାଦ ଓ ଧାରଣା ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ପୌରାଧ୍ୟକ୍ଷା ସନ୍ତୋଷିନୀ ବେହେରା, କାଉନ୍‌ସିଲର ସୁଜାତା ଦାଶ, ମମତା ଜେନା, ସରିତା ଦାସ, ମୁନ୍ନ ଖାନ୍‌, ଉପେନ୍‌ ଦୀପ, ଛାତ୍ର ବିଜେଡି ସଭାପତି ଗୁଞ୍ଜ ଖାନ୍‌, ମହିଳା ବିଜେଡି ନଗର ସଭାନେତ୍ରୀ ବାସନ୍ତୀ ସିଂ ବୁଡେକ୍‌, ମହେନ୍ଦ୍ର ବାଗ, ଧୃବ ଜୁଏଡ୍‌, ମୁନୁ ପୋଢ଼, ଟିକୁ ପରିଚ୍ଛା, ସଞ୍ଜୀବ ମିଶ୍ର, ବାସୁ ଦାଶ, ଶିବ ବେହେରା, ମନୀଷ ମିଶ୍ର, ସରପଞ୍ଚ ରାଜେନ୍ଦ୍ର ହୋତା, ଜିତେନ୍ଦ୍ର ସ୍ବାଇଁ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ରୋକିବାରେ କେନ୍ଦ୍ର ଭାଜପା ସରକାର ସମ୍ପୂର୍ଣ୍ଣ ଫେଲ ମାରିଛି। ଏହାଦ୍ୱାରା ଦେଶର ଅଗଣିତ ଜନତା ଘୋର ଆର୍ଥିକ ବୋଝର ସମ୍ମୁଖୀନ ହେଉଛନ୍ତି ବୋଲି ବକ୍ତାମାନେ କହିଥିଲେ। ମୋଦି ନେତୃତ୍ୱାଧିନ କେନ୍ଦ୍ର ସରକାର ଯେଉଁ ଅଚ୍ଛେଦିନର ନାରା ଦେଇ କ୍ଷମତା ଦଖଲ କରିଥିଲା, ତାହା ଏବେ ଡାହା ମିଛରେ ପରିଣତ ହୋଇଛି ବୋଲି ବକ୍ତାମାନେ କହିଥିଲେ। ଭାଜପା ସରକାର ହେଉଛି ଜନବିରୋଧୀ ସରକାର ଓ ଦୁର୍ନୀତିଗ୍ରସ୍ତ ସରକାର ବୋଲି ସେମାନେ କହିଥିଲେ। ରାଫେଲ ଦୁର୍ନୀତି ପ୍ରସଙ୍ଗ ଉତ୍‌ଥାପନ କରି ବିଜୟ ମାଲ୍ୟ, ନିରବ ମୋଦି ଭଳି ଅର୍ଥଶୋଷଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ମୋଦି ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିତ୍ବା ଦର୍ଶାଇଥିଲେ। ସାରା ଦେଶର ଜନତା ଏବେ ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧିର ଶିକାର ହେଉଥିବାବେଳେ ଦେଶ ଏବେ ଘୋର ସଙ୍କଟ ଆଡକୁ ଗତି କରୁଛି ବୋଲି କହିଥିଲେ। ଏହି ସମାବେଶରେ ଶତାଧିକ ବିଜେଡି ନେତା ଓ କର୍ମୀ ଯୋଗଦାନ କରିଥିଲେ।

 

 

Leave A Reply

Your email address will not be published.