ତିର୍ତ୍ତୋଲ ଅଞ୍ଚଳରେ ଏବେବି ପାଣିରେ ବୁଡି ରହିଛି ଧାନଜମି

0

ତିର୍ତ୍ତୋଲ/ରମେଶ ମହାନ୍ତି  -ଲଘୁଚାପ ଜନିତ ଲଗାଣ ବର୍ଷା ଫଳରେ ତିର୍ତ୍ତୋଲ ବ୍ଳକ ଅଞ୍ଚଳର ହଜାର ହଜାର ଏକର ଚାଷଜମି ଏବେବି ପାଣିରେ ବୁଡି ରହିବା ସହିତ ବ୍ୟାପକ ପନିପରିବା ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ନିକଟ ଦିନ ମାନଙ୍କରେ ରୁଆ ହୋଇଥିବା ଧାନଗଛ ଗୁଡିକ ବର୍ଷା ପାଣିରେ ବୁଡି ରହିଥିବା ଯୋଗୁଁ ଏହି ଅଞ୍ଚଳର ଚାଷୀ ମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି।

ବିଶେଷ କରି,କଟରା,କୋଷ୍ଟିମଲ୍ଲିକାପୁର,ଗୋବିନ୍ଦପୁର,ପିପ୍ପଳମାଧବ,ବୋଧେଇ,ଜଡତିରା,ପରି ଅନେକ ପଞ୍ଚାୟତରେ ଧାନଗଛ ସବୁ ଏବେ ବି ସୁଦ୍ଧା ପାଣିରେ ବୁଡି ରହିଥିବା ଯୋଗୁଁ ସଢୀ ଯିବାର ସମ୍ଭାବନା ଦେଖାଦେଇଛି। ଏପରିକି ଏହି ଲଗାଣ ବର୍ଷାରେ ମଣିଜନ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରୋଗୀ ଶଯ୍ୟା ନିକଟରେ ଆଣ୍ଠୁଏ ଉପରେ ପାଣି ହୋଇଥିବା ବେଳେ ମଣିଜନ୍ଗା ସବରେଜିଷ୍ଟାର ଅଫିସ ଓ ମଣିଜନ୍ଗା ବଜାର ନିକଟରେ ଅବସ୍ଥିତ  ବିଦ୍ୟାଳୟରେ ଏକ ପ୍ରକାର କୃତ୍ରିମ ବନ୍ୟା ଭଳି ଦେଖିବାକୁ ମିଳିଥିଲା। 

Leave A Reply

Your email address will not be published.