ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇ ଯାଇଛି।
ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଅଧ୍ୟକ୍ଷା ଅମ୍ବିକା ଦେବୀ ସଭା ପରିଚାଳନା କରିବା ସହ ଛାତ୍ରୀମାନଙ୍କୁ ସାମ୍ପ୍ରତିକ ଯୁଗରେ ଆତ୍ମରକ୍ଷା କୌଶଳର ଆବଶ୍ୟକତା ବିଷୟରେ ଅବଗତ କରାଇଥିଲେ।
ପାରଳା ପୌରାଧ୍ୟକ୍ଷା ଶ୍ରୀମତୀ ନିର୍ମଳା ସେଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆତ୍ମରକ୍ଷାର କୌଶଳ ବିଷୟରେ ବୁଝାଇଥିଲେ। ଓଡ଼ିଆ ଅଧ୍ୟାପକ ତଥା ଜିଲ୍ଲା ସଂଯୋଜକ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ବାଗ୍ମୀ ରଞ୍ଜନ ଷାଣ୍ଢ ଛାତ୍ରୀମାନଙ୍କୁ ଆତ୍ମରକ୍ଷା କୌଶଳର ଭବିଷ୍ୟତ ସମ୍ଭାବନା ଉପରେ ଆଲୋକପାତ କରିଥିଲେ।
କ୍ରୀଡ଼ା ପ୍ରଶିକ୍ଷିକା ତଥା କାର୍ଯ୍ୟ ସଂଯୋଜକ ବିଜୟ ଲକ୍ଷ୍ମୀ ପଣ୍ଡା ୪ ଜଣ ମାଷ୍ଟର ଟ୍ରେନର ଇତିରାଣୀ ନାୟକ , ପରିଣୀତା ଶବର , ଲଳିତା ପତ୍ରିଆରୀ ଓ ଦୀପ୍ତି ମୟୀ ସାହୁଙ୍କୁ ସାଥିରେ ନେଇ ଅତି ସୁନ୍ଦର ଭାବରେ ପ୍ରଶିକ୍ଷଣ ଦେଇଥିଲେ।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୮ ଦିନ ପର୍ଯ୍ୟନ୍ତ ଛାତ୍ରୀମାନଙ୍କୁ ଆତ୍ମ ସୁରକ୍ଷା କୌଶଳର ତାଲିମ ଦିଆଯିବ । ଇତିହାସ ଅଧ୍ୟାପକ ଡ. ନୃସିଂହ ପାଣିଗ୍ରାହୀ ଛାତ୍ରୀମାନଙ୍କ ପାଇଁ ଆତ୍ମରକ୍ଷା କୌଶଳ କିଭଳି ଜରୁରୀ ତାହା ବୁଝାଇବା ସଙ୍ଗେ ସଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ।
ବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ଡ. ମନସ୍ୱିନୀ ଦାସ ଓ ଡ. ମହେନ୍ଦ୍ର ରଇତ ଓ ଅନ୍ୟାନ୍ୟ ଅଧ୍ୟାପକ , ଅଧ୍ୟାପିକା, ଅଣ ଶିକ୍ଷକ କର୍ମଚାରୀ ପରିଚାଳନାରେ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post