ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ପକ୍ଷରୁ ପୁରୁଣା ଓ ଆଧୁନିକ ବିଭିନ୍ନ ଭାଷାର ଖବର କାଗଜ ସମାବେଶ”

0 2

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ କରୋନାର କରାଳ ରୂପ ହ୍ରାସ ପାଇବା ପରେ, ଚଳିତ ବର୍ଷ ଏକ ସଙ୍ଗରେ ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ମହା ସମାରୋହରେ ଆରମ୍ଭ ହୋଇ ଆଜି ଉଦଯାବିତ ହେଉଛି ଜିଲ୍ଲା ଉତ୍ସବ କଲ୍ଲୋଳ ଓ ୨୪ତମ ପୁସ୍ତକ ମେଳା। ଏଥିରେ ଦୈନିକ ହଜାର ହଜାର ଦର୍ଶକଙ୍କ ଅଗମନ କରି ଭରପୁର ମଯା ଉଠାଉ ଥିବା ବେଳେ, ପୁସ୍ତକ ମେଳାରେ ପୁସ୍ତକ କ୍ରୟ ପ୍ରତି ଦର୍ଶକଙ୍କ ଆଗ୍ରହ କମିଥିବା ଦେଖା ଯାଇଛି। ମାତ୍ର, ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନ ଓଡିଶା ପକ୍ଷରୁ ଖୋଲା ଯାଇଥିବା ଅତିତ ଓ ବର୍ତ୍ତମାନର ୫୧୯ ପ୍ରକାରରୁ ଉର୍ଦ୍ଧ ବିଭିନ୍ନ ଭାଷି ଖବର କାଗଜ ଦର୍ଶକଙ୍କୁ ବେସ ଆକର୍ଷିତ କରିଛି। ଏପରିକି ପାରାଦୀପ ଅତିରିକ୍ତ ଜିଲ୍ଲାପାଳ, ଜଗତସିଂହପୁର ସବକଲେକ୍ଟର, ଓଡିଶାର ଲୋକପ୍ରୟ ବ୍ୟଙ୍ଗ କବି ଜ୍ଞାନ ହୋତାଙ୍କ ପରି ଅନେକ ଷ୍ଟଲକୁ ବୁଲି ଆଶ୍ଚର୍ଯ୍ୟ ପ୍ରକଟ କରିବା ସହିତ ସିନିୟର ଜର୍ଣ୍ଣାଲିଷ୍ଟ ଆସୋସିଏସନର ଉଦ୍ୟମକୁ ଢେର ପ୍ରଶଂସା କରିଛନ୍ତି। ଏହି ପେପର ଷ୍ଟଲକୁ ସିନିୟର ଜର୍ଣ୍ଣାଲିଷ୍ଟ ଅସୋସିଏସନ ପକ୍ଷରୁ ରାଜ୍ୟ ସଭାପତି ଶ୍ରୀ ନନ୍ଦଙ୍କ ସହିତ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ କିଶୋର ଚୌଧୁରୀ, ବେଣୁଧର ନାୟକ, ଆଶୁତୋଷ ବେହେରା, ମହେଶ୍ବର ତ୍ରିପାଠୀ ପ୍ରମୁଖ ଯୋଗଦେଇ ସହଯୋଗ କରୁଛନ୍ତି।

Leave A Reply

Your email address will not be published.