ଧରମ ଭାଇର ଅଧର୍ମ କାମ

0 2

ଭଦ୍ରକ: (ସତ୍ୟବ୍ରତ ନାୟକ)ରାତିରେ ସ୍ବାମୀ ଶୋଇଥିବା ଅଵସ୍ଥାରେ ଧରମ ଭାଇ ବୋଲାଉଥିବା ପ୍ରେମିକ ସହ ମିଶି ନିଜ ସ୍ତ୍ରୀ ଏକ କଟୁରୀ ସହାୟତାରେ ହାଣିଲା ତା ସ୍ବାମୀକୁ। ସୁଚାନା ଅନୁସାେର ଭଦ୍ରକ ଜିଲା ସାବରଙ୍ଗ ଥାନା ଅଧିନ ଏରଡ଼ା ଗ୍ରାମର ସ୍ତ୍ରୀ ଲିଜା ଦାସ ବାସୁଦେବପୁର ଥାନା ଅଧିନ କମାର ଗାରେ ସ୍ଵାମୀ ସମ୍ଭୁନାଥ ଦଳେଇଙ୍କୁ ବିବାହ କରିଥିଲେ। ବିବାହ ର କିଛି ଦିନପରେ ସ୍ବାମୀ ଶଶୁର ଘରେ ଲିଜାଙ୍କ ସହିତ ରହୁଥିଲେ ।ସ୍ବାମୀ କାମ କରିବାକୁ ମଝିରେ ମଝିରେ ନିଜ ଗାଁ ଯାଆନ୍ତି । ତାହାରି ସୁଯୋଗ ନେଇ ସ୍ତ୍ରୀ ଲିଜା ଦାସ ବଣିଆ ଗ୍ରାମର ଯୁବକ ରବିନ୍ଦ୍ର ଦାସ ପୁରଣା ଲଭର ସହିତ ମିଳାମିଶା କରନ୍ତି। ସ୍ବାମୀ ଫେରିଲେ ମିଳାମିଶ କରିବା ପାଇଁ ସ୍ତ୍ରୀ କୁ ବହୁଅସୁବିଧା ହୁଏ ।ରବିନ୍ଦ୍ର ଓ ଲିଜା ଦୁହେଁ ଚିନ୍ତା କଲେ ସବୁଦିନପାଇଁ ଜିବନରୁ ସ୍ଵାମୀ ସମ୍ଭୁନାଥ ଙ୍କୁ ମାରିବା ପାଇଁ ପୂବ ଯୋଜନା ଅନୁସାରେ ଗତକାଲି ଭୋରୁ ସମୟରେ ରବିନ୍ଦ୍ର ଓ ସ୍ତ୍ରୀ ଲିଜା ମିଳିମିଶି ସମ୍ଭୁନାଥ ଙ୍କୁ କଟୁରିରେ ଲାଣି ପକାଇଥିଲେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସମ୍ଭୁନାଥ କୋଣସି କ୍ରମେ ଘର ବାହାରକୁ ପଳେଇ ଆସି ଗ୍ରାମ ଲୋକ ଙ୍କ ଡକାଡକି କରିବାରୁ ଗ୍ରାମ ଲୋକେ ଗୁରତର ଅବସ୍ଥାରେ ଉଧାର କରି ମେଡିକାଲ ପଠାଇଛନ୍ତି। ରବିନ୍ଦ୍ର ଘଟଣା ସ୍ଥଳରୁ ଚମ୍ଫଟ ମାରିଥିଲା। ପୋଲିସ ସଙ୍ଗେ ସଙ୍ଗେ ଘଟଣା ସ୍ଥଳରେପହଞ୍ଚି ପ୍ରଥମିକ ତଦନ୍ତ କରି ସ୍ତ୍ରୀ ଲିଜା ଦାସ ଥାନାକୁ ଆଣିଥିଲା। ସେପଟେ ରବିନ୍ଦ୍ର ଖସି ପଳେଇ ଜିବା ପାଇଁ ଉଧ୍ୟାମ କରୁଥିବା ବେଳେ ସାବରଙ୍ଗ ପୋଲିସ ମୋବାଇଲି ନମ୍ବର ଟ୍ରାକ୍ କରି ଭୁବନେଶ୍ଵରର ବିମାନ ବନ୍ଧର ପାଖୁରୁ ଧରିବାରେ ସଫଳ ହୋଇଥିଲା। ଆଜି ସାବରଙ୍ଗ ପୋଲିସ ମାମଲା ରୁଜୁ କରି ସ୍ତ୍ରୀ ଲିଜା ଦାସ ଓ ପ୍ରେମିକ ରବିନ୍ଦ୍ର ଦାସ ଦୁଇ ଜଣଙ୍କୁ କୋଟ୍ ଚାଲାଣ କରିଛି।

Leave A Reply

Your email address will not be published.