କାମାକ୍ଷାନଗର/ ରିତେଶ ବ୍ରହ୍ମା: ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ଧୂବାବାହାଳୀ -ଶ୍ରୀମୁଳା ପୂର୍ତ୍ତ ବିଭାଗ ରାସ୍ତା ରେ ଜନ ସେବା କେନ୍ଦ୍ର ଏଜେଣ୍ଟ ଙ୍କ ଠାରୁ ୮୦ ହଜାର ଟଙ୍କା ଲୋଟ ହୋଇଛି |ଏକ କଳା ପଲସର ରେ ଦୁଇ ହେଲମେଟ ପିନ୍ଧା ଦୁର୍ବୁତ୍ତ, ବନ୍ଧୁକ ଓ କାତି ଦେଖାଇ ଏହି ଲୁଟ କରିଛନ୍ତି |ସୂଚନା ମୁତାବକ ଜନ ସେବା କେନ୍ଦ୍ର ଏଜେଣ୍ଟ ଜଣକ ହେଉଛନ୍ତି ଧୋବାବାହାଳୀ ଗ୍ରାମର ବିକାଶ ସାହୁ। ସେ ଶ୍ରୀମୁଳ ଛକ ରେ ଏକ ଜନ ସେବକେନ୍ଦ୍ର ଖୋଲିଛନ୍ତି |ପ୍ରତେକ ଦିନ ପରି ସେ ଘରୁ ନଗଦ ହଜାର ହଜାର ଟଙ୍କା ନେଇ ଏକ ବ୍ୟାଗ ରେ ନେଇ ଜନ ସେବା କେନ୍ଦ୍ର କୁ ଯାଉଥିବା ବେଳେ,ଯିବା ରାସ୍ତା ରେ ଏକ କଳା ରଙ୍ଗର ପଲସର ରେ ଦୁଇ ଜଣ ହେଲମେଟ ପିନ୍ଧା ଦୁର୍ବୁତ୍ତ ତାଙ୍କୁ ଅଟକାଇବା ସହ, ବନ୍ଧୁକ ଓ କାତି ଦେଖାଇ,ତାଙ୍କ ଠାରୁ ଟଙ୍କା ବ୍ୟାଗ ଟି ଛଡାଇ ନେଇ ମହୁଲ ଡଗର ରାସ୍ତା ରେ ପଳାଇ ଥିଲେ |ତେବେ ଏ ନେଇ ସେ ପୋଲିସ କୁ ସଙ୍ଗେ ସଙ୍ଗେ ଫୋନ ଯୋଗେ ଅଭିଯୋଗ କରିବା ସହ ସ୍ଥାନୀୟ ଲୋକଙ୍କୁନେଇ ତାଙ୍କୁ ପିଛା କରିଥିଲେ |ତେବେ ଦୁର୍ବୁତ୍ତ ମାନେ ମହୁଲଡଗର ଜଙ୍ଗଲିଆ ରାସ୍ତା ଦେଇ କଦଳୀପାଳ ରାସ୍ତା ରେ ବାହାରି ଢେଙ୍କାନାଳ ଅଭିମୁଖେ ପଳାଇଥିବା ସେ ଅଭିଯୋଗ କରିଛନ୍ତି |ସେପଟେ ତୁମୁସିଙ୍ଗା ପୋଲିସ ଏ ନେଇ ଅଧିକ ତଦନ୍ତ ଜାରି ରଖିଛି |
Sign in
Sign in
Recover your password.
A password will be e-mailed to you.
Next Post