କାମାକ୍ଷାନଗର/ ରିତେଶ ବ୍ରହ୍ମା:ପାରିବାରିକ କଳହରୁ ଯୁବକଙ୍କ ରଶି ଲଗାଇ ଆତ୍ମହତ୍ୟା ସନ୍ଦେହ। ମୃତ ଯୁବକ ହେଲେ କାମାକ୍ଷାନଗର ଥାନା କଇଁବିଲି ଗ୍ରାମର ପ୍ରସାନ୍ତ ସାହୁ । ସେ ତାଙ୍କ ଶ୍ବଶୁର ଘର ପରଜଙ୍ଗ ଥାନା ସରାଙ୍ଗ ଗ୍ରାମକୁ ଯାଇଥିଲେ। ଏବଂ ସେଠାରୁ ଦୁଇ ଦିନ ତଳେ ନିଜ ଘରକୁ ଆସିଥିଲେ। ଗତକାଲି ସେ ଘରୁ ବାହାରି ସେ ଗ୍ରାମର ପାଳ ଆାଡେ ଏକା ଯାଇଥିଲେ। ଦିର୍ଘସମୟ ଧରି ଘରକୁ ନଫେରିବାରୁ ପରିବିର ଲୋକେ ପାଳକୁ ଯାଇ ଖୋଜିବାକୁ ଯାଇଥିଲେ। ଦେଖିଲାବେଳକୁ ଏକ ଗଛରେ ତାଙ୍କୁ ରଶିଲଗା ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲେ। ପରିବାର ଲୋକେ ଉଦ୍ଧାର କରି ତୁରନ୍ତ କାମାକ୍ଷାନଗର ମେଡିକାଲକୁ ନେଇଥିଲେ। ଏଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ମେଡିକାଲରେ ଏକ ଶୋକାକୁଳ ପରିବେଶ ସୃଷ୍ଟିହୋଇଛି। ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ପୋଲସି ପହଞ୍ଚି ଶବ ଜବତ କରି ପରିବାରକୁ ଶବ ହସ୍ତାନ୍ତର କରି ଅପମୃତ୍ୟୁ ମାମଲା ରୁଜୁକରି ଅଧିକ ତଦନ୍ତ ଚଳାଇଛି।
Sign in
Sign in
Recover your password.
A password will be e-mailed to you.