କାମାକ୍ଷାନଗର/ରିତେଶ ବ୍ରହ୍ମା:ଗୋଆର ମନହୋର ପାରିକର ଇଣ୍ଡୋର ଷ୍ଟାଡିୟମ ଠାରେ ୧୭ ତମ ଅନୁଷ୍ଠିତ ଜାତିୟ ମାଟସୋଗି ଦୋ ପ୍ରତିଯୋଗିତାରେ କାମାକ୍ଷାନଗରର ୫ ଜଣ ଛାତ୍ରଛାତ୍ରିଙ୍କ ସଫଳତା।୨ଦିନ ଧରି ଅନୁଷ୍ଠିତ ହୋଇଥିବା ଏହି ପ୍ରତିଯୋଗିତାରେ ଗୋଆର ମୁଖ୍ୟମନ୍ତ୍ରି ପ୍ରମୋଦ ସାମନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଭାରତର ସମସ୍ତ ରାଜ୍ୟରୁ ଶତାଧିକ ଛାତ୍ରଛାତ୍ରି ମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ।ସଫଳତା ଅର୍ଜନ କରିଥି୍ବା ଛାତ୍ରଛାତ୍ରିଙ୍କୁ ମୁଖ୍ୟ ଅତିଥି ମେଡାଲ ମଧ୍ୟ ପ୍ରଦାନ କରିଥିଲେ।ସଫଳତା ପାଇଥିବା ଛାତ୍ରଛାତ୍ରି ମାନେ ଯୋଗେନ୍ଦ୍ର ଦାସ ସିଲଭର ମେଡାଲ, ପ୍ରତିକ ପ୍ରିୟଦର୍ଶନ ବୋଞ୍ଜ ମେଡାଲ,ବର୍ଷା ଇରାନ ପରବିନ ବ୍ରାେଞ୍ଜ ମେଡାଲ,ରିନାଜ ଆଇସା ପରବିନ ବ୍ରାେଞ୍ଜ ମେଡାଲ,ମଣ୍ଟୁ ସାହୁ ବ୍ରୋଞ୍ଜ ମେଡାଲ ପାଇଥିଲେ।ତେବେ ଏହି ସଫଳତାକୁ ନେଇ କାମାକ୍ଷାନଗର ଅନୁଷ୍ଠାନ ତରଫରୁ ମଧ୍ୟ ଏହି ଛାତ୍ରଛାତ୍ରିଙ୍କୁ ସନ୍ମାନିତ କରାଯାଇଥିଲା ।କୋଚ ରମେଶ କୁମାର ପୃଷ୍ଟି ଏହି ପ୍ରଶିକ୍ଷଣ ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.