ଡ. ସ୍ୱାତୀ ସୁଚରିତା ପ୍ରଧାନ ହେଲେ ଦ ଓଡିଶା ବିଜ୍ଞାନ ମଣ୍ଡଳର ଜିଲ୍ଲା ସଭାପତି

0

କାମାକ୍ଷାନଗର/ରିତେଶ ବ୍ରହ୍ମା:: ଆଜି ପୁରୀର ଦ ଟେଡି ପବ୍ଲିକ ସ୍କୁଲ ଠାରେ ଦ ଓଡିଶା ବିଜ୍ଞାନ ମଣ୍ଡଳର ସାଧାରଣ ସଭା ଓ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ବିଚାର ମନ୍ଥନ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ନାଇଜର, ଭୁବନେଶ୍ୱରର କୁଳ ସଚିବ ଡ. ଅଭୟ କୁମାର ନାୟକ ସ୍ୱାଧୀନତା ସଂଗ୍ରାମରେ ଭାରତୀୟ ବୈଜ୍ଞାନିକ ମାନଙ୍କ ଅବଦାନ ବିଷୟରେ ସମ୍ଯକ ଆଲୋଚନା କରିଥିଲେ। ସେ ଓଡିଆ ସଂସ୍କୃତି, ଏହାର ଧାର୍ମିକ ପରମ୍ପରା ଓ ମହାପ୍ରଭୁ ଜଗନ୍ନାଥଙ୍କ ଓଡିଶା ଜନଜୀବନରେ ପ୍ରଭାବ ସଂପର୍କରେ କହିଥିଲେ। ଅନ୍ୟତମ ଅତିଥି ବିଶିଷ୍ଟ ଲେଖକ ଓ ଅନୁବାଦକ ଶ୍ରୀ ଗଦାଧର ନନ୍ଦ ଭାରତୀୟ ବୈଜ୍ଞାନିକ ଭାସ୍କରାଚାର୍ଯ୍ୟଙ୍କ ଲୀଳାବତୀ ଓ ବୀଜଗଣିତର ସାଂପ୍ରତିକ ପ୍ରାସଂଗିକତା ଉପରେ ଆଲୋକପାତ କରିଥିଲେ। ବିଶିଷ୍ଟ ବିଦ୍ୱାନ ସତ୍ଯବାଦୀ ଦାଶ ଜଗନ୍ନାଥ ସଂସ୍କୃତିର ମହନୀୟତା ବଖାଣି ଥିଲେ। ରାଜ୍ୟ ସଭାପତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ ବିଭିନ୍ନ ଜିଲ୍ଲା ସମିତି ଘୋଷଣା କରିଥିଲେ। ଢେଙ୍କାନାଳ ଜିଲ୍ଲା ର ସଭାପତି ହେଲେ ଡ. ସ୍ୱାତୀ ସୁଚରିତା ପ୍ରଧାନ। ଶୁଭମ ବେହେରା ସଂପାଦକ, ସୁନିତା ସାହୁ କୋଷାଧ୍ୟକ୍ଷ, ପଦନ କୁମାର ସାହୁ ସଂଯୋଜକ, ବୀରବର ସାହୁ ଓ କାମାକ୍ଷା ପ୍ରସାଦ ସାହୁ ସହ ସଂଯୋଜକ, ଗୌରହରି ନନ୍ଦ ଉପଦେଷ୍ଟା ମନୋନୀତ ହୋଇଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାର ସଭାପତି ଭାବେ ଡ. ଅଭୟ କୁମାର ନାୟକ, ସଂପାଦକ ଭାବେ ଡ. ସୁରେଶ ରଞ୍ଜନ ଦାଶ, କୋଷାଧ୍ୟକ୍ଷ ଭାବେ ଡ. ସନ୍ତୋଷ ବେହେରା, ସଂଯୋଜକ ଭାବେ ଡ. ସତ୍ଯବ୍ରତ ସାଏ ଓ ଡ. ତପନ ପିଙ୍ଗ ମନୋନୀତ ହୋଇଥିଲେ। ମଣ୍ଡଳର ରାଜ୍ୟ ସହ ସଂଗଠନ ସଂପାଦକ ଡ. ଗୌରୀଶଙ୍କର ସାହୁ ସାଧାରଣ ସଭା ଶେଷରେ ଧନ୍ଯବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.