ବୀରମହାରାଜପୁରରେ ପ୍ରହସନ ପାଲଟିଛି ସରକାରୀ ଯୋଜନା

0

ବୀରମହାରାଜପୁର,( ବିନୋଦ ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ରେ ସରକାରୀ ଯୋଜନା ଲୋକଙ୍କ କାମରେ ଲାଗୁନାହିଁ। ସରକାର ପ୍ରଣୟନ କରୁଥିବା ବିଭିନ୍ନ ଯୋଜନା ହିତାଧିକାରୀ ଙ୍କ ପାଖରେ ଠିକଣା ଢଙ୍କରେ ପହଞ୍ଚି ପାରୁନଥିବା ଯୋଗୁଁ ହିତାଧିକାରୀ ମହଳରେ ଅସନ୍ତୋଷ ପ୍ରକାଶ ପାଇଛି। ଗରିବ ଲୋକ ମାନଙ୍କ ପାଇଁ ପରିବାର ମଙ୍ଗଳ ଯୋଜନା ପ୍ରହସନ ପାଲଟିଛି। ସୂଚନା ଅନୁସାରେ ପରିବାର ମୁଖ୍ୟ ଲୋକ (ଯାହାର ବୟସ ୬୦ ରୁ କମ ହୋଇଥିବ) ଙ୍କ ମୃତ୍ୟୁ ହେଲେ ତାଙ୍କ ସ୍ତ୍ରୀ ପରିବାର ମଙ୍ଗଳ ଯୋଜନା ଆଧାରରେ ୨୦ ହଜାର ଟଙ୍କା ମିଳିଥାଏ। ବୀରମହାରାଜପୁର ବ୍ଲକରେ‌‌ ସରକାରୀ ଯୋଜନା ଗୁଡିକ କାର୍ଯ୍ୟକାରିତା ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ହିତାଧିକାରୀ ପାଖକୁ ଟଙ୍କା ଆସିବାକୁ ୬ ମାସରୁ ଉର୍ଦ୍ଧ୍ବ ସମୟ ଲାଗିଯାଉଛି। ଅନ୍ତୋଦୟ ଯୋଜନା ଅଧିନରେ ଗରିବ ହିତାଧିକାରୀ ଙ୍କୁ ସାମିଲ କରି ମାସକୁ ୩୫ କେଜି ଚାଉଳ ଯୋଗାଇଦେବ ପାଇଁ ସରକାର ପକ୍ଷରୁ ନିର୍ଦ୍ଦେଶ ରହିଛି।‌ ପ୍ରକୃତ ହିତାଧିକାରୀ ଙ୍କୁ ଏହି ଯୋଜନାରେ ସାମିଲ କରାଯାଉ ନଥିବା ଚର୍ଚ୍ଚା ହେଉଛି।ଆବାସ ଯୋଜନା ଅଧିନରେ ମଧ୍ୟ ପ୍ରକୃତ ହିତାଧିକାରୀ ବାଦ୍ ପଡ଼ିଥିବା ଅଭିଯୋଗ ହେଉଛି। ସ୍ବଚ୍ଛ ପାଇଖାନା କାର୍ଯ୍ୟରତ ଅଧିକାରୀ ଓ ହିତାଧିକାରୀ ଙ୍କ ମଧୁଚନ୍ଦ୍ରିକା ରେ ଗୋଟିଏ ପାଇଖାନା ୨ ରୁ ୩ ଥର ଟଙ୍କା ଉଠାଣ ହୋଇ ଭାଗ ବଣ୍ଟା ହେଉଥିବା ଜଣାପଡ଼ିଛି। ଭତ୍ତା ମଧ୍ୟ ବର୍ତ୍ତମାନ ଡିବିଟି ମାଧ୍ୟମରେ ସହଜ ଓ ସରଳ କରିବା ପାଇଁ ସରକାର ଯୋଜନା କରୁଛନ୍ତି। କିନ୍ତୁ ବ୍ଳକର ବିଭିନ୍ନ ସ୍ଥାନରେ ହିତାଧିକାରୀ ମାନେ ଭତ୍ତା ଟଙ୍କା ପାଇବା ପାଇଁ ହଇରାଣ ହରକତ ହେଉଥିବା ଅଭିଯୋଗ ହେଉଛି। ବ୍ଳକରେ ସୂଚନା ଅଧିକାର ଆଇନ ବଳରେ ବିଭିନ୍ନ ସୂଚନା ମାଗୁଥିଲେ ମଧ୍ୟ ତାହା ଅଧିକାରୀ ମାନେ ପ୍ରଦାନ କରୁନାହାନ୍ତି। ଅଧିକାରୀ ମାନେ ତଥ୍ୟ ନଦେବା ପାଇଁ ସୂଚନା ମାଗୁଥିବା ହିତାଧିକାରୀ କୁ ବିଭିନ୍ନ ଆଲରେ ହଇରାଣ କରିବା ସହ ଧମକ ଚମକ ଦେଉଥିବା ଅଭିଯୋଗ ହେଉଛି। ସରକାର ଜନ୍ମରୁ ମୃତ୍ୟୁ ଯାଏଁ ମାଳ ମାଳ ଯୋଜନା ହିତାଧିକାରୀ ଙ୍କ ପାଖରେ ବାଟବଣା ହେବାରେ ଲାଗିଛି। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ପାଇଁ ଜନସାଧାରଣ ଦାବି ହେଉଛି

Leave A Reply

Your email address will not be published.