କାମାକ୍ଷାନଗର/ରିତେଶ ବ୍ରହ୍ମା: : କଙ୍କଡାହାଡ଼ ବ୍ଲକ ବିରାଶାଳ ପଞ୍ଚାୟତ ଚଢ଼େଇରଗଡା ଗ୍ରାମ ଖେଳ ପଡିଆ ଠାରେ ମା ମଙ୍ଗଳା କ୍ରିକେଟ କ୍ଳବ କାଠପାଳ ଆନୁକୂଲ୍ୟରେ ୩ତମ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ପୂର୍ବତନ ବ୍ଲକ ଅଧ୍ୟକ୍ଷ କାର୍ତିକ ସାହୁ ଯୋଗ ଦେଇ ବିଜୟୀ କଲରଙ୍ଗୀ ଟିମ କୁ ଟ୍ରଫି ଓ ପୁରସ୍କାର ରାଶି ପ୍ରଦାନ କରିଥିଲେ l ସାମ୍ନାନୀତ ଅତିଥି ଭାବେ ଆଦିବାସୀ ମୁକ୍ତି ସଂଗଠନ ସମ୍ପାଦକ ତଥା ମରୁଆବିଲ ସମିତି ସଦସ୍ୟ ପ୍ରତାପ ମାରାଣ୍ଡି ରନର୍ସ ଇତିଶ୍ରୀ ଟିମ କୁ ଟ୍ରଫି ପ୍ରଦାନ କରିଥିଲେ ।ଅନ୍ୟତମ ଅତିଥି ଭାବେ ଟିମ ମ୍ୟାନେଜର ହରିସ ରାଉତ,ଧନେଶ୍ୱର ମହାନ୍ତ,ସନ୍ତୋଷ ସ୍ୱାଇଁ, ସାଲମୋହନ କାଣ୍ଡୁଲାନ ଯୋଗଦେଇଥିଲେ l ଉଦଯାପନୀ ମ୍ୟାଚ କଲରଙ୍ଗୀ କ୍ରିକେଟ କ୍ଳବ ଏବଂ ଇତିଶ୍ରୀ କ୍ରିକେଟ କ୍ଳବ ମଧ୍ୟରେ ହୋଇଥିଲା l କଲରଙ୍ଗୀ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୦ ଓଭର ରେ ୯୩ ରନ ସଂଗ୍ରହ କରିଥିଲା l ଇତିଶ୍ରୀ ୧୦ଓଭରରେ ୯୧ ରନ କରି ପରାଜୟ ହୋଇଥିଲା l କଲରଙ୍ଗୀ ଟିମ ବିଜୟୀ ହୋଇ ଚମ୍ପିୟାନ ହେଇଥିଲା lପପୁ ସିଂହ ଏବଂ ବୁଧ ବାରିକ ଖେଳ ପରିଚାଳନା କରିଥିଲେ l ଧାରବିବାରଣୀ ବିଭୁତି ମହାନ୍ତ ପ୍ରଦାନ କରିଥିଲେ lମା ମଙ୍ଗଳା କ୍ରିକେଟ କ୍ଳବ କାଠପାଳ ର କର୍ମକର୍ତା ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post