ସାରସ କଣା ରୁ ଦିପୁ ମହାପାତ୍ର : ସୀମାରେ ଥିବା ଝାରପୋଖରିଆ ଥାନା ଅଧିନ ଜାମଶୋଳାରେ ଫୁଟିଲା ଗୁଳି, ଘଟଣା ସ୍ଥଳରୁ ଖୋକା ଜବତ। ଦୁର୍ବୃତ୍ତଙ୍କ ଗୁଳିରେ ଓଁକାର ହଟେଲ କର୍ମଚାରୀ ସୁଜୟ ନାମକ ଯୁବକ ଆହତ ହୋଇ କଟକ ମେଡ଼ିକାଲ ସ୍ଥାନାନ୍ତର। ହୋଟେଲ ମ୍ୟାନେଜର ରାକେଶ ସାହୁଙ୍କୁ ଝାରପୋଖରୀଆରେ ପଚରାଉଚୁରା ଚାଲିଥିବା ବେଳେ, ଫାଇରିଂ କରି ପୋଡ଼ଶୀ ଝାରଖଣ୍ଡ ରାଜ୍ୟର ଦୁର୍ବୃତ୍ତ ପଙ୍କଜ ସାଉ ସହଯୋଗୀ ମାନଙ୍କ ସହ ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାକୁ କେନ୍ଦ୍ରକରି ସାଇଣ୍ଟିଫିକ ଟିମ ତଦନ୍ତ ଜାରି ରଖିଛନ୍ତି।
ସାରସକଣା ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ର ଝାରପୋଖରିଆ ଓ ସୀମାନ୍ତ ଜାମସୋଲା ଅଞ୍ଚଳ ଏବେ ପାଲଟିଛି ଦୁର୍ବୃତ୍ତ ମାନଙ୍କର ନିର୍ଭୟ ଚରାଭୂଇଁ । ବିଗତ କିଛି ଦିନ ପୂର୍ବରୁ ଝାରପୋଖରିଆ ଥାନା ଅଧିକାରୀ ଫନି ଭୂଷଣ ଯୋଗ ଦାନ ପରେ ଅଞ୍ଚଳ ରେ ଶାନ୍ତି ଫେରିବା ଏବଂ ଦଲାଲ ମାଫିଆ ମାନଙ୍କ ଉପରେ ଆଇନ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯାଇ ଥିବାର ଦେଖିବାକୁ ମିଳୁଛି ସତ | କିନ୍ତୁ ଅଞ୍ଚଳ ରେ ମାଫିଆ ରାଜ କମିବା ପରିବର୍ତେ ବଢିବାରେ ଲାଗିଛି ।
ପ୍ରକାଶ ଥାଉ କି ସୀମାନ୍ତ ଜାମସୋଲା ଯାହାକି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପ୍ରଦେଶ କୁ ସଂଯୋଗ କରିଛି । ଏହି ଜାମସୋଲା ଅଞ୍ଚଳରେ କିଛି ଦିନ ହେବ କିଛି ମୁଷ୍ଟିମେୟ ଦଲାଲ ଗୋଟେ 300 ଜଣିଆ ଗେଙ୍ଗ କରି ସିଫ୍ଟ ଡୁଟୀ ରେ ବାଲି ଟ୍ରକ୍ ରୁ 300ଟଙ୍କା ଲେଖାଏ ଦାଦା ବଟି ଗ୍ରହଣ କରୁଥିବା ଅଭିଯୋଗ ହୋଇଆସୁଛି | ପଶ୍ଚିମ ବଙ୍ଗ ଓ ଝାଡ଼ଖଣ୍ଡ ର କିଛି ଅସାମାଜିକ ବ୍ୟକ୍ତି ଙ୍କ ଆଙା ସ୍ଥଳି ପାଲଟିଛି ଏ ଅଂଚଳ | କିନ୍ତୁ ଥାନା ଅଧିକାରୀ ଙ୍କୁ ଏ ବାବଦରେ ଅବଗତ କରାଇବା ପରେ ମଧ୍ୟ କିଛି ପଦକ୍ଷେପ ଗ୍ରହଣ ନକରିବା ଆମ ପୋଲିସ ସମିତି ରେ ଆଲୋଚନା ହେଲା | ମାତ୍ର ଆଠ କିଲୋମଟର ଦୂର ରେ ଅବସ୍ଥିତ ଝାରପୋଖରିଆ ଥାନାଧିକାରୀ ନଜାଣିବା ଅବା ଜାଣିଶୁଣି ନିରବ ରହିବା ପୋଲିସ ଅଧିକାରୀ ଙ୍କ ସମ୍ପୃକ୍ତି ଉପରେ ପ୍ରଶ୍ନବାଚି ସୃଷ୍ଟି କରୁଛି । ଏପରିକି ଚଳିତ ବର୍ଷ ଏକ ତାରିଖ ଦିନ ଆଦାୟ ହେଉଥିବା ଅର୍ଥ ର ନେଣଦେଣ କୁ ନେଇ ଥାନା ରେ ଅଭିଯୋଗ ହେବା, ଦୀର୍ଘ ଘଣ୍ଟା ର ଆଲୋଚନା ପରେ ମହିଳା ଅଭିଯୋଗକାରିଙ୍କଠାରୁ ଲିଖିତ ନେଇ ଘଟଣା କୁ ଚପାଇବା ଓ ପୂର୍ବଭଳି ନିର୍ଦ୍ଦିଷ୍ଟ ସ୍ଥାନ ରେ ବେଆଇନ ବଟି ଆଦାୟ ପ୍ରକ୍ରିୟା ଚାଲୁରହିବା ଅରାଜକତା କୁ ସ୍ପଷ୍ଟ ପ୍ରମାଣିତକରୁଛି । ଅନ୍ୟ ପକ୍ଷରେ ଗତ କାଲି ରାତିରେ ଓଁକାର ହୋଟେଲ ସାମାନାରେ ଗୁଳିମାଡର ଝାଡଖଣ୍ଡ ଦୁର୍ବୃତ୍ତଙ୍କ ଗୁଳିମାଡରେ ହୋଟେଲ କର୍ମଚାରୀ ଗୁରୁତର ହୋଇଥିଲେ |
Sign in
Sign in
Recover your password.
A password will be e-mailed to you.
Prev Post