କୁସୁମୁଣ୍ଡିଆ ଗ୍ରାମରେ ମକର ଯାତ୍ରା ।

0

କାମାକ୍ଷାନଗର/ରିତେଶ ବ୍ରହ୍ମା: :କଙ୍କଡାହାଡ଼ ବ୍ଲକ ଦଶୀପୁର ପଞ୍ଚାୟତ କୁସୁମୁଣ୍ଡିଆ ଗ୍ରାମରେ ଆଜି ମକର ସଂକ୍ରାନ୍ତିରେ ମକର ଯାତ୍ରା ଧୁମଧାମରେ ପାଳନ ହେଇଅଛି ।କୁସୁମୁଣ୍ଡିଆ ଗ୍ରାମରେ ଦୁଇଟି ସ୍ଥାନ ହରିଜନ ସାହି କୋଠଘରେ ଏବଂ ଗାଁ କୋଠଘରେ ତ୍ରିନାଥ ଠାକୁରଙ୍କୁ ପୂଜାର୍ଚ୍ଚନା କରାଯାଇଛି ।ଅଞ୍ଚଳର ବହୁପୁରାତନ ମକରଯାତ୍ରା ।ନାମ ସଂକୀର୍ତ୍ତନ ରେ ଗ୍ରାମରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେଇଥିଲା ।ଅଞ୍ଚଳର ଆଖପାଖ ଗ୍ରାମରୁ ମକର ଯାତ୍ରା ଦେଖିବା ପାଇଁ ଜନସମାଗମ ହୋଇଥିଲା ।ସାରା ରାତ୍ରି ନାମ ସଂକୀର୍ତ୍ତନ ହୋଇଥିଲା ।ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।ଗ୍ରାମବାସୀ ଉଭୟ ସ୍ଥାନରେ ହେଉଥିବା ମକର ଯାତ୍ରାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.