୧୦ ଦିନିଆ ଫୁଲ ଚାଷ ତାଲିମ ଶିବିର ଉଦଯାପିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଡସ୍ ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ନାବାର୍ଡ ସହାୟତାରେ କାଶୀନଗର ବ୍ଳକର ପୁରୁଟିଗୁଡା ଗ୍ରାମରେ ମହିଳା ଫୁଲ ଚାଷି ମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ଦଶ ଦିନିଆ ତାଲିମ ଶିବର ଉଦଯାପିତ।
ଏହି ତାଲିମ ଶିବିର କାର୍ଯ୍ୟକ୍ରମର ଉଦଯାପନି ଦିବସରେ ଲିଡ଼ ବ୍ୟାଙ୍କ ମେନେଜର ମହେଶ ନାୟକ , ନାବାର୍ଡ ଜିଲ୍ଲା ପ୍ରବନ୍ଧକ ପ୍ରତୀକ ପଣ୍ଡା , ଆର୍ ସେଟି ନିର୍ଦ୍ଦେଶକ ସାଇମନ ଡୁଙ୍ଗ ଡୁଙ୍ଗ, ୟୁଜିବି ଶାଖା ପରିଚାଳକ, ଖାଣ୍ଡବାର ଦୁର୍ଯ୍ୟୋଧନ ପଟେଲ , ଶ୍ରୀକାନ୍ତ ପଟ୍ଟନାୟକ ସଂଯୋଜକ-ମିଶନ ଶକ୍ତି , କାଶୀନଗର ଯୋଗ ଦେଇ ୧୦ ଦିନ ତାଲିମରେ କଣ ଶିଖିଲେ ତାଲିମାର୍ଥୀ ମାନଙ୍କୁ ଅତିଥି ମାନେ
ପଚାରି ବୁଝିଥିଲେ।
ତାଲିମ ପରେ ଆଗାମୀ ଦିନରେ ଫୁଲ ଚାଷ କରି ସେମାନଙ୍କ କୀବିକାରେ କିପରି ଉନ୍ନତି ଆଣିପାରିବେ , ସରକାରଙ୍କ କୃଷି ବିଭାଗ ଓ ମିଶନ ଶକ୍ତି ବିଭାଗ ତରଫରୁ ଫୁଲ ଚାଷରେ ଉନ୍ନତି କରଣ ନିମନ୍ତେ ମିଳୁଥିବା ବିଭିନ୍ନ ସୁବିଧା ବ୍ୟାଙ୍କ ତରଫରୁ ଋଣ ମାଧ୍ୟମରେ କିପରି ସେମାନଙ୍କର ଆଦାୟ ବଢ଼ାଇ ପାରିବେ ସେ ବିଷୟରେ ବୁଝାଇଥିଲେ।
ନାବାର୍ଡ ପ୍ରବନ୍ଧକ ଶ୍ରୀ ପଣ୍ଡା ତାଲିମାର୍ଥୀ ମାନେ ଫୁଲ ଚାଷ କରି ଜୀବିକା ନିର୍ବାହ କରି ଜିଲ୍ଲାରେ ଏକ ଉଦାହରଣ ସୃଷ୍ଟି କରିବା ପାଇଁ ଉତ୍ସାହିତ କରିଥିଲେ।
ଏହି ତାଲିମ ଶିବିରରେ ୩୦ ଜଣ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଭାଗ ନେଇଥିଲେ। କାର୍ଯ୍ୟକ୍ରମକୁ ଗଡସ୍ ଅନୁଷ୍ଠାନର ସୁନୀଳ ପାତ୍ର ଓ କର୍ମକର୍ତ୍ତା ମାନେ ପରିଚାଳନା କରିଥିଲେ।

Leave A Reply

Your email address will not be published.