ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭଗବାନ ସୂର୍ଯ୍ୟଙ୍କ ଦକ୍ଷିଣାୟନକୁ ଉତ୍ତରାୟଣ ହେବା ଦ୍ଵାରା ଭାରତବର୍ଷରେ ଉଜ୍ୱଳର ବୃଦ୍ଧିର ପ୍ରତୀକର ପର୍ବ ତଥା ମକର ସଂକ୍ରାନ୍ତି ଉତ୍ସବ ପାଳିତ ହୋଇଥାଏ। ଏହି ତିଥିରେ ୧୯୫୭ ମସିହାରେ ବୈଦିକ ଶାସ୍ତ୍ରମାନଙ୍କରେ ଜଗଦ୍ଗୁରୁ ଶ୍ରୀ କୃପାଳୁ ଜୀ ମହାରାଜଙ୍କର ଆଗାଧ ଦକ୍ଷତା , ସମସ୍ତ ବେଦ ଶାସ୍ତ୍ରର ଅଦ୍ୱିତୀୟ ଓ ଅସାଧାରଣ ଜ୍ଞାନକୁ ଦେଖି କାଶୀ ବିଦ୍ବ୍ୟତ୍ ପରିଷଦ ଦ୍ଵାରା “ଜଗଦ୍-ଗୁରୁତ୍ତମ”ର ଉପାଧିରେ ବିଭୂଷିତ କରାଯାଇଛି। ଏହିପରି ଭାବରେ ସେ ଜଗତ୍-ଗୁରୁ ଶଙ୍କରାଚାର୍ଯ୍ୟ , ନିମ୍ଵାକାଚାର୍ଯ୍ୟ , ରାମାନୁଚାର୍ଯ୍ୟ ଏବଂ ମାଧ୍ଵାଚାର୍ଯ୍ୟଙ୍କ ପରେ ଭାରତ ଇତିହାସର ପଞ୍ଚମ ମୂଳ ଜଗତ୍ ଗୁରୁ ଭାବେ ପରିଗଣିତ ହେଲେ। ଏହି ଅବସରରେ ବାଲ୍ ମୁକୁନ୍ଦ କେନ୍ଦ୍ର ଠାରେ ଜଗଦ୍-ଗୁରୁତ୍ତମ ଦିବସ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ଅଧ୍ୟକ୍ଷ ଡ଼. ମୁର୍ମୁ ଯୋଗଦେଇ ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମକର ସଂକ୍ରାନ୍ତି କିଭଳି ପାଳନ କରାଯାଏ ବୁଝାଇ ଥିବା ବେଳେ କେନ୍ଦ୍ର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଜଗଦ଼-ଗୁରୁ ଶ୍ରୀକୃପାଳୁ ଜୀ ମହାରାଜାଙ୍କ ସଂକ୍ଷିପ୍ତ ପରିଚୟ ପଠନ କରିଥିଲେ । ପରବର୍ତ୍ତୀ କାର୍ଯ୍ୟକ୍ରମ ଅପରାହ୍ନରେ ଶିଶୁମାନଙ୍କ ସହିତ ନଗର ଭ୍ରାମ୍ୟମାଣ କରି ଲୋକେ ଶ୍ରୀ କୃପାଳୁ ଜୀ ମହାରାଜଙ୍କୁ ଜାଣନ୍ତୁ ଏବଂ ତାଙ୍କ ସମ୍ପର୍କରେ ଆସି ତାଙ୍କର ସରଳ , ସରସ ଅନୁଭବାତ୍ମକ ଏବଂ ବିଲକ୍ଷଣ ଉପଦେଶକୁ ଶ୍ରବଣ କରନ୍ତୁ ତଥା ନିଜ ଜୀବନରେ ସେହି ସବୁ କ୍ରିୟାତ୍ମକ ରୂପ ଦେଇ ନିଜର କଲ୍ୟାଣ କରନ୍ତୁ ଏହା କେନ୍ଦ୍ର ତରଫରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post
Next Post