ଗତବର୍ଷ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଓ ସ୍ବର୍ଗତ ବିଧାୟକ କରିଥିଲେ ଶିଳାନ୍ୟାସ
ବରଗଡ :- ବରଗଡ ଜିଲ୍ଲା ପାଇକମାଲ ବ୍ଲକ ର ଚରଦାପାଲି ପଞ୍ଚାୟତ ଓ ଲଖମରା ଗ୍ରାମପଞ୍ଚାୟତ ମଧ୍ୟରେ ପ୍ରବାହିତ ହେଉଛି ଚିରସ୍ରୋତା ଅଙ୍ଗ ନଦୀ । ମୁଖ୍ୟତଃ ବର୍ଷା ଦିନରେ ଚରଦାପାଲି ସହିତ ପୁରା ଜିଲ୍ଲା ର ଯୋଗାଯୋଗ ବିଚ୍ଛିନ୍ନ ହୋଇ ଯାଇଥାଏ । କେବଳ ଡଙ୍ଗା ସାହାଯ୍ୟରେ ଲୋକେ ଯିବା ଆସିବା କରିବାକୁ ବାଧ୍ୟ ହୋଇଥାନ୍ତି । ଲଖମରା ଓ ଚରଦାପାଳି ବାସୀଙ୍କର ବହୁ ଦିନରୁ ଦାବି ରହିଥିଲା ଏହି ଅଙ୍ଗ ନଦୀ ଉପରେ ଏକ ହାଇ ଲେବଲ ପୋଲ ତିଆରି କରିବା ପାଇଁ । ଯାହାଫଳରେ ଏହି ବିଛିନାଞ୍ଚଳ ରେ ଗମନାଗମନ ର ସୁବିଧା ହେବା ସହିତ ଅଂଚଳର ଆର୍ଥିକ ବିକାଶ ମଧ୍ୟ ସମ୍ଭବ ହୋଇ ପାରିବ । ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ଙ୍କର ଉଦ୍ୟମ ଓ ତତ୍କାଳୀନ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କର ପ୍ରଚେଷ୍ଟା ରେ ଗତବର୍ଷ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସରକାର ଏହି ପୋଲ ନିର୍ମାଣ ରେ ରହିଥିବା ସମସ୍ତ ବାଧା ବିଘ୍ନ କୁ ଦୂର କରି ପୋଲ ନିର୍ମାଣ ପାଇଁ ମଞ୍ଜୁରୀ ପ୍ରଦାନ କରିଥିଲେ । ସରକାର ଓ ମୁଖ୍ୟମନ୍ତ୍ରୀ ଙ୍କର ନିକଟରୁ ପୋଲ ନିର୍ମାଣ ପାଇଁ ମଞ୍ଜୁରୀ ମିଳିବା ପରେ ଗତ ବର୍ଷ ୦୭/୦୧/୨୦୨୨ ତାରିଖ ଦିନ ତତ୍କାଳୀନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ , ସ୍ବର୍ଗତ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା , ଉଭୟ ପଞ୍ଚାୟତ ର ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଏହି ପୋଲ ନିର୍ମାଣ ପାଇଁ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ପରବର୍ତ୍ତୀ ପର୍ଯାୟରେ ସମସ୍ତ ସରକାରୀ ପ୍ରସ୍ତୁତି ସରିବା ପରେ ବର୍ତ୍ତମାନ ଏହି ପୋଲ ନିର୍ମାଣ କାମ ଆଗେଇ ଚାଲିଛି ।
ଆଜି ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ନବନିର୍ବାଚିତ ବିଧାୟିକା ବର୍ଷା ରଣୀ ସିଂ ବରିହା ଏହି ପୋଲ ନିର୍ମାଣ କାର୍ଯର ତଦାରଖ କରିବା ନିମନ୍ତେ ଅଚାନକ ପହଂଛି ଯାଇଥିଲେ । ତାଙ୍କୁ ମଧ୍ୟ ଜଣା ନଥିଲା କି ଠିକ ବର୍ଷେ ପୂର୍ବରୁ ଆଜିର ଦିନରେ ତାଙ୍କର ସ୍ବର୍ଗତ ପିତା ତଥା ଅଞ୍ଚଳର ସର୍ବାଧିକ ଲୋକପ୍ରିୟ ନେତା ଶ୍ରୀ ବିଜୟ ବାବୁ ଙ୍କର ଏହି ଡ୍ରିମ ପ୍ରୋଜେକ୍ଟ ,ଏହି ପୋଲର ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଥିଲା । ସ୍ଥାନୀୟ ଲୋକଙ୍କ ନିକଟରୁ ନିଜର ସ୍ବର୍ଗତ ପିତା ଙ୍କର ଏହି ପ୍ରୋଜେକ୍ଟ ପ୍ରତି ରହିଥିବା ଅବଦାନ ବାବଦରେ ଜାଣି ଭାବୁକ ହୋଇ ପଡ଼ିଥିଲେ ବିଧାୟିକା ବର୍ଷା । ନିର୍ମାଣ ସ୍ଥଳରେ ଉପସ୍ଥିତ ଥିବା ସରକାରୀ ଯନ୍ତ୍ରୀ ଓ ନିର୍ମାଣ ଦାୟିତ୍ୱରେ ଥିବା ସଂସ୍ଥା ର କର୍ମକର୍ତ୍ତା ମାନେ ବିଧାୟିକା ଙ୍କୁ ପୁରା ସାଇଡ ବୁଲାଇ ଦେଖେଇବା ସହିତ ନିର୍ମାଣ ହେବାକୁ ଥିବା ବ୍ରିଜ ବାବଦରେ କହିଥିଲେ । ଏହାପରେ ବିଧ୍ୟାୟିକା ଉପସ୍ଥିତ ଯନ୍ତ୍ରୀ ଓ ଠିକା ସଂସ୍ଥାକୁ ନିର୍ଦ୍ଧାରିତ ସମୟ ସୀମା ଭିତରେ କାମ ସରିବା ପାଇଁ ଉଦ୍ୟମ କରିବା ପାଇଁ କହିଥିଲେ ।
ଏହାପରେ ବିଧାୟିକା ଲଖମରା ଗ୍ରାମପଞ୍ଚାୟତ ର ସମସ୍ତ ଗ୍ରାମ ବୁଲି ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରିଥିଲେ । ଏହି ଅବସରରେ ବିଧାୟିକା ଙ୍କର ସହିତ ପାଇକମାଲ ବ୍ଲକ ଉପାଧ୍ୟକ୍ଷ ଶ୍ରୀ ସଂଜୀବ ବରିହା , ପାଇକମାଲ ଯୋନ ତିନି ର ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ବାସନ୍ତୀ ବାଲମ , ପାଇକମାଲ ବିଜୁ ଯୁବ ଜନତା ଦଳର ଅଧ୍ୟକ୍ଷ ଶ୍ରୀ ଗୌତମ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।।
