ଆମ୍ରି ହସପିଟାଲରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ସି.ଏମ୍‌.ଇ ତଥା କର୍ମଶାଳା ଆୟୋଜିତ

0

ଅଧିବେଶନରେ ଯୋଗଦେଲେ ଖ୍ୟାତନାମା ଡାକ୍ତର ଓ ବିଶେଷଜ୍ଞମାନେ ବୈଜ୍ଞାନିକ 

ଭୁବନେଶ୍ୱର: ଭାରତର ବିଭିନ୍ନ ସରକାରୀ ଓ ବେସରକାରୀ ଡାକ୍ତଖାନାର ୧୦୦ରୁ ଅଧିକ ଡାକ୍ତର ଓ ବୃତିଗତ ପେଶାଦାରଙ୍କ ଅଂଶଗ୍ରହଣରେ ଆମ୍ରି ହସପିଟାଲସ,ଭୁବନେଶ୍ୱରଠାରେ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗଦାନ ଉପରେ ଜାତୀୟସ୍ତରୀୟ ଉଗଋ ଓ କର୍ମଶାଳା ଆୟୋଜିତ ହୋଇଯାଇଛି । AIIMS ନୂଆଦିଲ୍ଲୀ, NIMHANS ବାଙ୍ଗାଲୋର ଏବଂ ସ୍ଥାନୀୟ କର୍ପୋରେଟ ତଥା ଇଓଓଗଝ ଭୁବନେଶ୍ୱର ପରି ପ୍ରତିଷ୍ଠିତ ସଂସ୍ଥାର ଡାକ୍ତର ଓ ବକ୍ତାମାନେ ଯୋଗ ଦେଇ ମସ୍ତିଷ୍କ ମୃତ୍ୟୁ ଓ ଅଙ୍ଗ ପ୍ରତିରୋପଣର ସାଂପ୍ରତିକ ଧାରା ଓ ଅଭ୍ୟାସ ଉପରେ ଆଲୋଚନା କରିଥିଲେ ।
ଏହି ଜାତୀୟସ୍ତରୀୟ ଉଗଋ ରାଜ୍ୟ ଅର୍ଗାନ ଓ ଟିସ୍ୟୁ ପ୍ରତିରୋପଣ ସଂଗଠନ (ଝଙଞଞଙା)ଓଡ଼ିଶା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ, ଭାରତ ସରକାର, ଇଣ୍ଡିଆନ ସୋସାଇଟି ଅଫ ନ୍ୟୁରୋଏନେସଥେସିଓଲୋଜି ଓ କ୍ରିଟିକାଲ କେୟାର ଏବଂ ଆସୋସିଏସନ ଅଫ ହେଲଥ କେୟାର ପ୍ରୋଭାଇଡର, ଭାରତ (ଏଚପିଆଇ)-ଓଡ଼ିଶା ଖଣ୍ଡ ସହଭାଗୀତାରେ ଆୟୋଜନ ହୋଇଥଇଲା । ସଂପ୍ରତି ଚାହିଦା ବୃଦ୍ଧି ଓ ଅଙ୍ଗ ପ୍ରତିରୋପଣ ପାଇଁ ଅଭାବ ମଧ୍ୟରେ ଥିବା ସମସ୍ୟା ବ୍ୟବଧାନକୁ ଦୂର କରିବା ପାଇଁ ସମସ୍ତଙ୍କୁ ଏକାଠି କାର୍ଯ୍ୟକରିବାକୁ ପଡ଼ିବ । ବେସରକାରୀ ଡାକ୍ତରଖାନା ତଥା କର୍ପୋରେଟ ହସପିଟାଲ ମଧ୍ୟ ଏହି ସମସ୍ୟାର ସମାଧାନ ପାଇଁ ଆଗେଇ ଆସିବା ଉଚିତ ବୋଲି ମିସ ନୀଳାଞ୍ଜନା ମୁଖେର୍ଜୀ , ଆମ୍ରି ହସପିଟାଲସ ଭୁବନେଶ୍ୱର କହିଛନ୍ତି ।
ପ୍ରତିନିଧିମାନଙ୍କୁ ସମ୍ବୋଧିତ କରି ଫୋରେନସିକ ମେଡିସିନ ଆଣ୍ଡ ମେଡିକାଲ ସୁପରିଟେଣ୍ଡେଂଟ, ଇଓଓଗଝ ନୂଆଦିଲ୍ଲୀର ପ୍ରଫେସର ଡ.ସଞ୍ଜିବ ଲାଲୱାନି ମସ୍ତିଷ୍କ ତଥା ଅଙ୍ଗଦାନ ଉପରେ ଏକ କଠୋର ନୀତି ଓ ଆଇନଗତ ଅଭ୍ୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
ଡ. ସୂର୍ଯ୍ୟକୁମାର ଦୁବେ, ଅତିରିକ୍ତ ଫ୍ରଫେସର ନ୍ୟୁରୋଆନେସଥେସିଆ ଓ କ୍ରିଟିକାଲ କେୟାର, ଏମସ, ନୂଆଦିଲ୍ଲୀ କହିଥିଲେ ଯେ ପ୍ରତିରୋପଣ କାର୍ଯ୍ୟକ୍ରମରେ ଆଗକୁ ବଢିବା ଲାଗି ଡାକ୍ତର, ପାରାମେଡେିକାଲ କର୍ମଚାରୀ ଓ ସଂଯୋଜକଙ୍କୁ ନିୟମିତ ଶିକ୍ଷା ଓ ତାଲିମ୍‌ର ପ୍ରୟୋଜନ ରହିଛି ।
NIMHANS ବାଙ୍ଗାଲୋରର ଡ. ରାଜୀବ କୁମାର ମିଶ୍ର କହିଛନ୍ତିଯେ ଉଭୟ ସରକାରୀ ଓ ବେସରକାରୀ ହସପିଟାଲ ଗୁଡ଼ିକରେ ଉନ୍ନତ ଭିତିଭୂମି ବ୍ୟବସ୍ଥା ରହିଲେ ପ୍ରତିରୋପଣ କାର୍ଯ୍ୟ ସଫଳ ହୋଇ ପାରିବ ।
ମସ୍ତିଷ୍କ ମୃତ୍ୟୁ ରୋଗୀଙ୍କ ସଠିକ ନିରାକରଣ ଓ ଅଙ୍ଗ ପ୍ରତିରୋପଣ ପ୍ରଣାଳୀ ପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି କହିଛନ୍ତି ପରାମର୍ଶଦାତା, ନ୍ୟୁରୋ ଆନେସ୍ଥେସିଆ ଓ କ୍ରିଟିକାଲ କେୟାର, ଆମ୍ରି ହସପିଟାଲସ, ଭୁବନେଶ୍ୱରର ଡ. ଭାଗ୍ୟ ରଂଜନ ଜେନା । ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ବୃଦ୍ଧି, ସରକାରୀ ଓ ବେସରକାରୀ ତଥା କର୍ପୋରେଟ ସଂସ୍ଥାଗୁଡିକ ମଧ୍ୟରେ ସମନ୍ୱୟ ରକ୍ଷା ହେଲେ ସମସ୍ୟା ଦୂର ହୋଇ ପାରିବ ।
ଆମ୍ରି ହସପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ଡ.ସିଦ୍ଧାର୍ଥ ମିଶ୍ର କହିଛନ୍ତିଯେ-ସମସ୍ତଙ୍କ ମିଳିତ ଉଦ୍ୟମ ଯୋଗୁ ଅଙ୍ଗଦାନ ଆବଶ୍ୟକ କରୁଥିବା ବହୁରୋଗୀ ନୂଆ ଜୀବନ ପାଇ ପାରିବେ । ଏଥିପାଇଁ ଉଭୟ ସରକାରୀ ଓ ବେସରକାରୀ ସ୍ତରରେ ସଚେତନତା, ସେମିନାର ଓ ଆଲୋଚନା ହେବା ଉଚିତ ।

Leave A Reply

Your email address will not be published.