୧୨ ତମ ଓଡ଼ଗାଁ କପ୍ ରାଜ୍ୟସ୍ତରୀୟ ବ୍ୟାଟମିଣ୍ଟନ ଟୁର୍ଣାମେଣ୍ଟ ଉଦଯାପିତ, ଅନୁଗୁଳ ଚମ୍ପିୟାନ

0 2

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ସ୍ଥାନୀୟ ଇଣ୍ଡୋର ଷ୍ଟାଡିୟମ୍ ଠାରେ ୨ଦିନ ଧରି ଚାଲିଥିବା ୧୨ ତମ ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ଵରକୁ ହରାଇ ଅନୁଗୁଳ ଚମ୍ପିୟାନ ହୋଇଚି।ଦ୍ୱିତୀୟଦିନ ଖେଳକୁ ଜିଲ୍ଲା ପରିଷଦ ସଭ୍ୟ ବିରଜା ଲକ୍ଷ୍ମୀ ସାହୁ ପ୍ରଦୀପ ପ୍ରଜ୍ଜଳନ କରି ଉଦଘାଟନ କରିଥିବାବେଳେ।ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୧୬ଟି ଦଳ ଅଂଶ ଗ୍ରହଣ କରିଥିଲେ।ଆଜିର ଫାଇନାଲ ମ୍ୟାଚରେ ଅନୁଗୁଳର ଅମ୍ଳାନ ଏବଂ ତନ୍ମୟ ଚିତାକର୍ଶକ ମ୍ୟାଚ୍ ଖେଳି ବାଲେଶ୍ଵରର ରାହୁଲ ଏବଂ ସାଥୀ ଖେଳାଳି ଙ୍କୁ ହରାଇ ଚମୀୟାନ ହୋଇଥିଲେ।ବିଜେତା ଦଳକୁ ନଗଦ ୧୦ ଟଙ୍କା ପ୍ରଦାନ କରାଯାଇଥିଲା।ସେହିପରି ରନର୍ସ ଦଳକୁ ୮ହଜାର ଟଙ୍କା ଏବଂ ତୃତୀୟ ଓ ଚତୁର୍ଥ ସ୍ଥାନରେ କୋରାପୁଟର ୨ଟି ଦଳକୁ ୫ହଜାର ଏବଂ ୩ହଜାର ଟଙ୍କା ଅର୍ଥ lରାଶି ସହ ଟ୍ରଫି ପ୍ରଦାନ କରାଯାଇଥିଲା।ବାଲେଶ୍ଵରର ରାହୁଲ ମ୍ୟାନ ଅଫ ଦି ମ୍ୟାଚ୍ ଏବଂ ଅନୁଗୁଳର ତନ୍ମୟଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ଘୋଷଣା କରାଯାଇଥିଲା।

ଉଦଯାପନୀ ଉତ୍ସବରେ ନୟାଗଡ ବିଧାୟକ ଡ. ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ,ବାର ଆସୋସିଏସନ୍ ସଭାପତି ଇନ୍ଦୁ ଭୂଷଣ ମିଶ୍ର ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ।ପ୍ରଥମ ଦିନର ଖେଳରେ ନୟାଗଡ ଜିଲ୍ଲାର ମିଲୁ ଏବଂ ସାଥୀ ଚାମ୍ପିଅନ ହୋଇଥିବାରୁ ସେମାନଙ୍କୁ ୩ହଜାର ଟଙ୍କା ଏବଂ ଲିପୁ ଓ ଛୋଟୁ ରନର୍ସ ଅଫ ହୋଇଥିବାରୁ ତାଙ୍କୁ ୨ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଖେଳକୁ ନାରାୟଣ ମହାପାତ୍ର, କିଷାନ,ଚନ୍ଦନ,ରୋହନ,ସନ୍ତୋଷ,ବିକାଶ,ସନ୍ତୋଷ ପାତ୍ର,ଲୁଲୁ, ଛୋଟୁ ,ରଘୁ ନାଥ ଓ ପାଣୁ ସହଯୋଗ କରିଥିଲେ।ବିଭୁ ପ୍ରସାଦ ସାହୁ ଓ ନରେଶ ପାଣିଗ୍ରାହୀ ଖେଳର ସମସ୍ତ ଦାୟୀତ୍ଵ ତୁଲାଇଥିଲେ।

Leave A Reply

Your email address will not be published.