ବରଗଡ :- ବରଗଡ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଜାମସେଠ ଗ୍ରାମର ସୁନ୍ଦରମଣି ହଂସ (50) ନାମକ ଜଣେ ଶିକ୍ଷକ ଙ୍କର ଶବ ଆଜି ଗ୍ରାମର ଲୋକେ ଭରୁଆମୁଣ୍ଡା ରାସ୍ତାରେ ଏକ ପିଜୁଳି ଗଛରେ ଝୁଲୁଥିବା ଗ୍ରାମର କିଛି ଲୋକ ଦେଖିବାକୁ ପାଇ ଗ୍ରାମ ରେ ରହୁଥିବା ଲୋକଙ୍କୁ ତଥା ପୋଲିସ କୁ ଖବର ଦେଇଥିଲେ । ସୂଚନା ପାଇବା ପରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀ ଆର୍ତ୍ତତ୍ରାନ ସାହୁ ଓ ପାଇକମାଲ ଥାନା ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ବଢ଼େଇ ଙ୍କର ନିର୍ଦେଶରେ ପୋଲିସ ଅଧିକାରୀ ମାନେ ଘଟଣା ସ୍ଥଳକୁ ପହଞ୍ଚି ପିଜୁଳି ଗଛରୁ ଶବକୁ ତଳକୁ ଆଣିବା ସହିତ ଅନୁଧ୍ୟାନ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ଶ୍ରୀ ହଂସ ଦୀର୍ଘ ଦିନ ହେଲା ଅସୁସ୍ଥତା କାରଣରୁ ଅନେକ ପ୍ରକାର ଶାରୀରିକ ପୀଡା ଅନୁଭବ କରୁଥିଲେ । ବୋଧହୁଏ ଶାରୀରିକ ପୀଡା ସହି ନ ପାରି ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ମତ ପ୍ରକାଶ ପାଉଥିବା ବେଳେ ମୃତ୍ୟୁର ପ୍ରକୃତ କାରଣ ତଦନ୍ତ ପରେ ସ୍ପଷ୍ଟ ହେବ । ପାଇକମାଲ ପୋଲିସ ଘଟଣା ସ୍ଥଳରୁ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଡାକ୍ତରଖାନା କୁ ପଠାଇ , ପାଇକମାଲ ଥାନାରେ ଅପମୃତ୍ୟୁ ମାମଲା ନମ୍ଭର 1/23 ରୁଜୁ କରି ଏ ଏସ ଆଇ , ବି କେ କନ୍ଧେର ତଦନ୍ତ ଜାରି ରଖିଥିବା ସୂଚନା ପ୍ରାପ୍ତ ହୋଇଛି ।।
Sign in
Sign in
Recover your password.
A password will be e-mailed to you.