ଘୋଘର କଣକୁଣ୍ଡରେ ବାରମ୍ବାର ଅଘଟଣ

0 1

ପାଣିରେ ବୁଡ଼ିଗଲେ ଝାରସୁଗୁଡାର ୨ଜଣ , ଜଣେ ଉଦ୍ଧାର

ସୁନ୍ଦରଗଡ଼/ବାଲିଶଙ୍କରା(ବସନ୍ତ କୁମାର ଜେନା): ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ବ୍ଲକ୍ ଘୋଘର ନିକଟ ଇବ୍‌ନଦୀର ଚର୍ଚ୍ଚିତ ଦର୍ଶନୀୟ ସ୍ଥାନ କନାକୁଣ୍ଡରେ ପୁଣି ଅଘଟଣ। ବୁଲିବାକୁ ଯାଇ କନାକୁଣ୍ଡରେ ଝାରସୁଗୁଡ଼ାର ୨ ଜଣ ଭାସିଯାଇ ନିଖୋଜ, ଜଣେ ଉଦ୍ଧାର। ପାଣିରେ ଭାସି ଯାଉଥିବା ନାବାଳକକୁ ଉଦ୍ଧାର କରିବାକୁ ଯାଇ ବୁଡ଼ି ଯାଇଥିବା ସୂଚନା। ସୂଚନା ଅନୁସାରେ, ଝାରସୁଗୁଡ଼ା ଜିଲ୍ଲା ବରୋମାଲ ଗାଁରୁ ୨୫ ଜଣ କନାକୁଣ୍ଡ ବଣଭୋଜି କରିବାକୁ ଆସିଥିଲେ। ପଥର ଉପରେ ରୋଷେଇ ଚାଲିଥିବା ବେଳେ ୧୭ ବର୍ଷର ମୁକେଶ ମେହେର ଏକ ପଥର ଉପରୁ ଅନ୍ୟପଟକୁ ଯାଉଥିବା ବେଳେ ପାଣି ଭିତ‌ରେ ଖସି ପଡ଼ିଥିଲେ। ପହଁରା ଜାଣି ନଥିବାରୁ ସେ ଉବୁଟୁବୁ ହୋଇ ଭାସି ଯାଉଥିବା ଦେଖି ତାଙ୍କୁ ଉଦ୍ଧାର କରିବାକୁ ତାଙ୍କ ସହ ଯାଇଥିବା ଚୂଡ଼ାମଣି ମେହେର-(୨୬) ଓ ସତୀଶ କୁମାର ଗୁପ୍ତା (୨୬) ପାଣିକୁ ଡେଇଁ ପଡ଼ିଥି‌ଲେ। କିନ୍ତୁ ମୁକେଶକୁ ଉଦ୍ଧାର କରିବା ସମ୍ଭବ ହୋଇ ନଥିଲା। ବରଂ ଚୂଡ଼ାମଣି ଓ ସତୀଶ ବି ଭଉଁରୀରେ ଫସି ଯାଇଥିଲେ। ତେବେ କୌଣସି ମତେ ସତୀଶ ଏକ ପଥରକୁ ଧରି ଜୀବନ ବଞ୍ଚାଇଥିବା ବେଳେ ଚୂଡ଼ାମଣି ଭଉଁରୀରେ ବୁଡ଼ି ନିଖୋଜ ହୋଇଯାଇଛନ୍ତି। ଖବର ପାଇ ବାଲିଶଙ୍କରା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଏକ ମୁଣ୍ଡିଆ ପଥରରେ ଅଟକି ରହିଥିବା ସତୀଶଙ୍କୁ ଉଦ୍ଧାର କରି ଅନ୍ୟ ୨ଜଣଙ୍କ ଉଦ୍ଧାର ପାଇଁ ଚଲାଇଛନ୍ତି ଅପରେସନ। ଘଟଣାସ୍ଥଳରେ ଶୋକର ଛାୟା ଖେଳିଯାଇଛି
ପ୍ରକାଶଯୋଗ୍ୟ, ଗତ ଡିସେମ୍ବର ୧୮ ତାରିଖରେ ରାଉରକେଲା ସେକ୍ଟର-୧୫ର ସୋମେଶ ମଲ୍ଲିକ ବୁଲିବାକୁ ଆସି କନାକୁଣ୍ଡର ୭ ବଖରାରେ ସେଲଫି ନେଉଥିବାବେଳେ ପାଣି ଭିତରେ ଖସିପଡି ନିଖୋଜ ହୋଇଯାଇଥିଲେ। ୩ ଦିନ ପରେ ଝାରସୁଗୁଡ଼ା ଓଡ୍ରାଫ୍ଟ ଟିମ୍ ଆସି ତାଙ୍କ ମୃତଦେହ ଉଦ୍ଧାର କରିଥିଲା। ଗତ ୨୦୨୧ ଜାନୁଆରି ୩ ତାରିଖରେ ରାଜଗାଙ୍ଗପୁରର ଜଣେ ଯୁବତୀ ଅନୁପମା ପ୍ରଜାପତି ପରିବାର ଲୋକଙ୍କ ସହ କନାକୁଣ୍ଡକୁ ବଣଭୋଜି କରିବାକୁ ଆସି ସମାନ ଢଙ୍ଗରେ ୭ ବଖରାରେ ଖସି ପଡ଼ି ପ୍ରାଣ ହରାଇଥିଲେ। ସେ ସମୟରେ ତାଙ୍କ ବିବାହ ହେବାକୁ ଥିବାରୁ ତାଙ୍କ ମୃତ୍ୟୁ ସାରା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି କରିଥିଲା। ତାର ବର୍ଷେ ପରେ ୨୦୨୨ ମାର୍ଚ୍ଚ ୭ ତାରିଖରେ ଝାରସୁଗୁଡ଼ା ଷ୍ଟିଲ୍ ପ୍ଲାଣ୍ଟରେ ଇଞ୍ଜିନିୟରିଂ ଇଲେକ୍ଟ୍ରିକାଲରେ କାମ କରୁଥିବା ବିହାରର ଜଣେ ଯୁବକ ରୂପେଶ କୁମାର ବୁଡ଼ି ପ୍ରାଣ । ସେ ମଧ୍ୟ ୩ ସାଙ୍ଗଙ୍କ ସହ ବାଇକରେ ବୁଲିବାକୁ ଆସି ଅଘଟଣର ଶିକାର ହୋଇଥିଲେ।

Leave A Reply

Your email address will not be published.