ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଛାତ୍ର ଅଶାନ୍ତି

0

ରାୟଗଡରୁ ସରୋଜ କୁମାର ସାହୁ:  ଏବେ ରାଜ୍ୟରେ ଚାଲିଛି ନିର୍ବାଚନ ହାୱା | ସମସ୍ତଙ୍କର ଟାର୍ଗେଟ ରେ କଲେଜ କ୍ୟାମ୍ପସ । ଆସନ୍ତା ଅକ୍ଟୋବରରେ ବିଭିନ୍ନ କଲେଜରେ ଛାତ୍ର ସଂସଦ ନିର୍ବାଚନ। ଏହି ମର୍ମରେ ରାୟଗଡ ସ୍ୱୟଂ ଶାସିତ ମହାବିଦ୍ୟାଳୟରେ ଦେଖାଦେଇଛି ଛାତ୍ର ଅଶାନ୍ତି । ଗତ ସପ୍ତାହରେ ମହାବିଦ୍ୟାଳୟର ଭିତ୍ତିଭୂମି ରାଜ୍ୟ ସରକାର ନିଜ ହାତକୁ ନେଇଥିବାବେଳେ ଏହାର ବିକାଶ ପାଇଁ ଦେଢ କୋଟି ଟଙ୍କା ଅନୁଦାନ ଦେଇଛନ୍ତି। ଉକ୍ତ କଲେଜକୁ ସରକାରୀ ମାନ୍ୟତା ଦାବୀ ନେଇ ଆନ୍ଦୋଳନକୁ ଓଲ୍ଲାଇଛନ୍ତି ଛାତ୍ର ଛାତ୍ରୀ ମାନେ। ଏଥି ନେଇ ଆଜି ସକାଳୁ କଲେଜ ଫାଟକରେ ତାଲା ପକାଇ ଆନ୍ଦୋଳନକାରୀ । ଏଠାରେ ସୂଚନା ଯୋଗ୍ୟ ଯେ ୧୯୬୬ ମସିହାରେ ଏହି କଲେଜ ପ୍ରତିଷ୍ଠା ହୋଇଥିବା ବେଳେ 2006 ମସିହାରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏହି କଲେଜକୁ ସ୍ୱୟଂ ଶାସିତ ମହାବିଦ୍ୟାଳୟର ମାନ୍ୟତା ପ୍ରଦାନ କରିଥିଲେ

Leave A Reply

Your email address will not be published.