ନାଗରିକ ମଞ୍ଚ ର ଉଦ୍ୟମ ଯୋଗୁଁ ଗଠନ  ହେଲା  “ସଂଯୁକ୍ତ କ୍ରିୟାନୁଷ୍ଠାନ କମିଟି” 

0

ଟିଟିଲାଗଡରୁ ସୁନୀଲ ବେହେରା : ଟିଟିଲାଗଡ ରେ ଉପୁଜୁଥିବା ଛୋଟ- ବଡ଼ ସମସ୍ୟା ର ସ୍ଥାୟୀ ସମାଧାନ ସକାଶେ ଆଜି ସ୍ଥାନୀୟ ଶ୍ରୀ ମହାବୀର ପଞ୍ଚାୟତି ଧର୍ମଶାଳା ରେ ନାଗରିକ ମଞ୍ଚ ର ଆହ୍ୱାନ କ୍ରମେ Joint Action Commitee ର ଗଠନ ହୋଇ ଥିଲା। ଉକ୍ତ ବୈଠକ ରେ ସହର ର ଅନେକ ସାମାଜିକ ସଂଗଠନ ,ବେପାରୀ ସଂଗଠନ,ନାରୀ ସଂଗଠନ ର ପ୍ରତିନିଧି ମାନେ ସାମିଲ ହୋଇ ନିଜ ନିଜର ମତାମତ ଦେଇ ଥିଲେ। ସର୍ଵ ପ୍ରଥମେ ନାଗରିକ ମଞ୍ଚ ର ସଭାପତି ଶ୍ରୀ ରାଧାକାନ୍ତ ପାଢ଼ୀ ସମସ୍ତଙ୍କୁ ସ୍ୱାଗତ ଜଣାଇ ଡକା ଯାଇଥିବା ବୈଠକ ର ଉଦ୍ଦେଶ୍ୟ ବିଷୟ ରେ ବୁଝାଇ ଥିଲେ। ସାଧାରଣ ସମ୍ପାଦକ ଶ୍ରୀ ମୋହନ ଲାଲ ଜୈନ ମଞ୍ଚ ର କାର୍ଯ୍ୟ କଳାପ ଉପରେ ଆଲୋକପାତ କରି ଥିଲେ।  ଉକ୍ତ ସଭାରେ ରେ ତ୍ରିନାଥ ସରାଫ, ଅଶ୍ୱିନୀ ମହାନ୍ତି, ଆଇନଜୀବୀ କୃଷ୍ଣ ଚନ୍ଦ୍ର ସାହୁ, ଶ୍ରୀମତୀ ଅଞ୍ଜଳି ବେହେରା, ବୃନ୍ଦାବନ ପାଢୀ, ଆଇନଜୀବୀ ରବି କିରଣ ସ୍ୱାଇଁ, ଟିକେଲଲ ବେହେରା, ରାଜେଶ ପ୍ରଧାନ, ଉମେଶ ଚନ୍ଦ୍ର ଦାସ, ଶମ୍ଭୁ ଗୋୟଲ, ମାନସ ମହାନ୍ତି, ଶ୍ରୀକାନ୍ତ ଅଗ୍ରୱାଲ, ଶମ୍ଭୁ ବିର୍ମିବାଲ, ଈଶ୍ୱର ଜୈନ,ସୁରେଶ ଜାଲ, ଶମ୍ବୁ ସାହୁ, ଦିଲୀପ ପୁରୋହିତ, ଜିତୁ ସାହୁ, ଦେବ ଷଡ଼ଙ୍ଗୀ, ଶୁଭ୍ରାଂଶୁ ଦାସ, ପ୍ରମୋଦ ସରାଫ, ଉପେନ୍ଦ୍ର ବାଗ, ରଞ୍ଜିତ ପୃଷ୍ଟି, ଶ୍ରୀମତୀ ଆଶା ଦେବୀ ଅଗ୍ରୱାଲ, ଦେବାନନ୍ଦ ସାହୁ, ବୀରେନ୍ଦ୍ର ବାଗ ଆଦି ବକ୍ତା ମାନେ ସହର ର ସମସ୍ୟା ପ୍ରତି ଧ୍ୟାନାକର୍ଷଣ କରି ଥିଲେ ଓ ତାର ସମାଧାନ ପ୍ରତି ଚେଷ୍ଟିତ ହେବାକୁ ପରାମର୍ଶ ଆଦି ଦେଇ ଥିଲେ।   ସଭା ଶେଷ ରେ ସଭାପତି ରାଧାକାନ୍ତ ପାଢୀ ନଗର ରେ  ଯେଉଁ ସମସ୍ୟା ଗୁଡିକ ରହିଛି ତାର ସମ୍ପୂର୍ଣ ବିବରଣୀ ପାଠ କରି ଥିଲେ। ସମସ୍ତ ସଭ୍ୟଙ୍କୁ   joint action commitee ର ଗଠନ କରି ଥିବାରୁ ଧନ୍ୟବାଦ ଜଣାଇ ଥିଲେ |

Leave A Reply

Your email address will not be published.