ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ବ୍ଳକ ଲିଙ୍ଗରାଜପ୍ରସାଦ ଛକ ନିକଟବର୍ତ୍ତୀ ପଥରା ଛକ ନିକଟବର୍ତ୍ତୀ ଡ୍ରାଗନ ଫାର୍ମ ମଧ୍ୟରେ ପସି ଜରାଶ୍ରମ ପରିସରରେ ଗତକାଲି ବିଳମ୍ବିତ ରାତିରେ ହାତୀ ମାନଙ୍କର ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ବିଳମ୍ବିତ ରାତିରେ ପଥରା ମହର୍ଷି ଦୟାନନ୍ଦ ଚାରିଟେବୁଲ ଟ୍ରଷ୍ଟ ଜରାଶ୍ରମ ପରିସରରେ ୧୩ରୁ ଉର୍ଦ୍ଧ୍ବ ହାତୀପଲ ପଶି ଆଶ୍ରମର ପାଣି ପାଇପ ନଳା ଭାଙ୍ଗିବା, ବିଦ୍ୟୁତ ତାର ଛିଡାଇବା ସହିତ ୧୦୦ କୁ ଉର୍ଦ୍ଧ୍ବ କଦଳୀ ଗଛ, ୫୦୦ରୁ ଉର୍ଦ୍ଧ୍ବ ସପୁରୀ ଗଛ ଦଳିଚକଟି ନଷ୍ଟ କରିବା ସହ ଆଶ୍ରମ ପରିସରରେ ଆତଙ୍କ ଖେଳାଇଛନ୍ତି। ତେବେ ହାତୀ ମାନଙ୍କୁ ଘଉଡାଇବା ପାଇଁ ବନବିଭାଗ କର୍ମଚାରୀ ଆସିଥିବା ବେଳେ ବିଦ୍ୟୁତ କାଟ କରି ହାତୀଙ୍କୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୈାଣସି ସୁଫଳ ମିଳିନଥିଲା । ହାତୀ ଉପଦ୍ରବ ରେ ପ୍ରାୟ ଆନୁମାନିକ ୧ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କାର ସାମଗ୍ରୀ ଓ ଗଛ ନଷ୍ଟ ହୋଇଥିବା ଆଶ୍ରମ ପରିଚାଳନା କମିଟି ର ପରିଚାଳକ ଅରୁଣ ଶଙ୍କର ଆଚାରୀ କହିଛନ୍ତି। ସୂଚନା ଥାଉକି ହାତୀପଲ ଡିସେମ୍ବର ଆରମ୍ଭରୁ ପ୍ରତି ରାତିରେ ଭଗବତୀ ପ୍ରସାଦ ଓ ମହେଶ୍ୱର ପୁର ଅଞ୍ଚଳରେ ପସି ଅମଳକ୍ଷମ ଧାନ ଖାଇବା ଓ ନଷ୍ଟ କରି ଚାଲିଥିବା ଅଭିଯୋଗ ହୋଇଛି ।
Sign in
Sign in
Recover your password.
A password will be e-mailed to you.