ଓଡ଼ଗାଁରେ ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ବୈଷ୍ଣବ ଯଜ୍ଞ ଅନୁଷ୍ଠିତ

0

ଓଡ଼ଗାଁ, (ଶ୍ରୀକାନ୍ତ କୁମାର ମିଶ୍ର):ବିଶ୍ବ କଲ୍ୟାଣ ଉଦ୍ଦେଶ୍ୟରେ ନୟାଗଡ଼ ଓ ଗଞ୍ଜାମ ଜିଲ୍ଲାର ବୈଦିକ ବ୍ରାହ୍ମଣ ମାନଙ୍କ ଦ୍ଵାରା ଓଡ଼ଗାଁ ରାଧାକାନ୍ତ ମନ୍ଦିର ସାମ୍ନା ଯଜ୍ଞ ମଣ୍ଡପ ଠାରେ ବୈଷ୍ଣବ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ସୂର୍ଯ୍ୟପୂଜା, ରୁଦ୍ରାଭିଷେକ, ଚଣ୍ଡି ପାଠ, ହନୁମାନ ଚାଳିଶା, ଶ୍ରୀ ରାମ, ବିଷ୍ଣୁ, ଗୋପାଳ ଓ ମହାଲକ୍ଷ୍ମୀ ଶହଶ୍ରନାମ ସହିତ ଭାଗବତ ଗୀତା ପାଠ କରାଯାଇଥିଲା । ସେହିପରି ଅପରାଜିତା, ବଗଳାଶ୍ରୀ ନୃସିଂହ ସ୍ତ୍ରୋତ୍ର ପାଠ କରାଯାଇଥିବା ବେଳେ ଅପରାହ୍ନରେ ଘୃତଯଜ୍ଞର ପୁର୍ଣ୍ଣାହୁତି ଓ ପୁଷ୍ପାଞ୍ଜଳି ପ୍ରଦାନ କରାଯାଇ ଯଜ୍ଞ ବିଧାନ ସମାପ୍ତ ହୋଇଥିଲା । ଶାନ୍ତନୁ କୁମାର ଦାଶ, ଆଚାର୍ଯ୍ୟ, ସତ୍ୟନାରାୟଣ ଷଡ଼ଙ୍ଗୀ ପୁସ୍ତକାଚାର୍ଯ୍ୟ, ନାରାୟଣ ଦାଶ ରୁଦ୍ରାଭିଷେକ, ଲଡୁକିଶୋର ରଥ ଚଣ୍ଡି ପାଠ କରିବା ସହିତ ୬୦ରୁ ଉର୍ଦ୍ଧ୍ବ ଅଂଶଗ୍ରହଣ କରିଥିବା ବୈଦିକ ବ୍ରାହ୍ମଣ ଶହଶ୍ରନାମ, ସ୍ତ୍ରୋତ୍ର ଓ ଚାଳିଶା ପାଠ କରିଥିଲେ । ନାରାୟଣ ସାହୁଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରଘୁନାଥ ଦାଶ, ଦିଲ୍ଲୀପ କୁମାର ହୋତା ସହଯୋଗ କରିଥିଲେ ।

Leave A Reply

Your email address will not be published.